Odiapua.com

ଶରଣକୁଳ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

ନୟାଗଡ଼, ୨୩ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲାର ଶରଣକୁଳ ଲଡ଼ୁବାବାଙ୍କ ମହାଶିବ ରାତ୍ରୀ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ଭିତରେ ଜାଗରଯାତ୍ରା ପାରମ୍ପରିକ ଦେବନୀତି ଅନୁସାରେ ପାଳନ ହେବାକୁ ନିଷ୍ପତି ହୋଇଥିବାବେଳେ ଭକ୍ତଙ୍କ ଗହଳିକୁ ଯେପରି ନହେବ ସେଥିପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ନିଷ୍ପତି ହୋଇଛି। ଏହି ବୈଠକରେ ଉପଜିଲାପାଳ ଲଗ୍ନଜୀତ ରାଉତଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।