Odiapua.com

ଶବ ସଂସ୍କାର କରିବାକୁ ଗାଁ ଗହଳିରେ ବଢୁଛି ସମସ୍ୟା

ସାଲେପୁର:୧୦/୬ (ଓଡ଼ିଆ ପୁଅ /ଅଭୟ ଜେନା ) ଗାଁ ଗହଳି ରେ ଏବେ ଶବସଂସ୍କାର କୁ ନେଇ ଏକ ବଡ ସମସ୍ୟା ଦେଖାଦେଇଛି। କରୋନା ସଂକ୍ରମିତ ଜନିତ ମୃତ୍ୟୁ କିମ୍ବା ପରିବାରରେ ଆଉକେହି ସଂକ୍ରମିତ ଅଛନ୍ତି ତେବେ ତ ବଡ ସମସ୍ୟା।ସଂକ୍ରମିତ ନ ହୋଇ ସଂଦେହଓ କରୋନାଭୟ କାରଣରୁ ମଧ୍ୟ ସମସ୍ୟା ଦେଖାଦେଇଛି।ସାହିପଡ଼ିଶା ବଂଧୁ ବାନ୍ଧବ ବି ଦୁରେଇ ଯାଉଛନ୍ତି।କେବଳ ପରିବାର ସଦସ୍ୟ ଙ୍କ ଉପରେ ନିର୍ଭର କରୁଛି ଶବସଂସ୍କାର କାର୍ଯ୍ୟ।ପରିବାର ଲୋକ ଗଲେବି ସଂସ୍କାର ପାଇଁ ପିପିଇ ‘କିଟ ର ଆବଶ୍ୟକତା ଜରୁରୀହୋଇ ପଡିଛି। ପିପିଇ କିଟ ଗାଁ ଗହଳି ରେ ମିଳିବା କଷ୍ଟ ହୋଇପଡୁଛି କିନ୍ତୁ ମିଳିପାରୁନାହିଁ।

ତେଣୁ ପିପିଇ କିଟ ଉପଲବ୍ଧ କରିବାପାଇଁ କଟକ ସଦର ଭାଜପା ନେତା ଦିଲିପ ମଲ୍ଲିକ ରାଜ୍ୟ ସରକାରଙ୍କୁ ନିବେଦନ କରି ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଏସ ଆର ସି ଙ୍କୁ ଜଣାଇଛନ୍ତି। ସ୍ଥାନୀୟ ଥାନା, ଫାଣ୍ଡି, ସ୍ଵାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ବା ଆଶା କର୍ମୀଙ୍କ ଜରିଆରେ ପିପିଇ କିଟ ମଜବୁତ ରଖାଯାଇ ମୃତକଙ୍କ ପରିବାରକୁ ଶବ ସଂସ୍କାର ନିମନ୍ତେ ଠିକ ସମୟରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଶ୍ରୀ ମଲ୍ଲିକ ଦୃଢଦାବି ଜଣାଇଛନ୍ତି। ଯାହାଦ୍ୱାରା ଗାଁ ମାନଙ୍କରେ ଶବ ସଂସ୍କାର ସହଜ ହୋଇପାରିବ ବୋଲି ଶ୍ରୀ ମଲ୍ଲିକ ମତ ରଖିଛନ୍ତି।