ପୁରୀ,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ,ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଉଦୟପୁର ଗ୍ରାମର ଅକୁର ଜେନା ବାରଣ୍ଡାରେ ବସିଥିବା ବେଳେ ହଠାତ୍ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଶବ କୁ ଡେଲାଙ୍ଗ ନେବା ପାଇଁ ମହାପ୍ରୟାଣ ଗାଡି ପାଇଁ କହି ଥିଲେ । ହେଲେ ଡାକ୍ତରଖାନା କର୍ମଚାରୀ ମାନେ ଗାଡି ନଥିବା ମନା କରି ଦେଇଥିଲେ।