Odiapua.com

ଶନିବାର ହେବ ଶଟଡାଉନ

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏଣିକି ପ୍ରତି ଶନିବାର ହେବ ଶଟଟାଉନ । ଚଳିତ ମାସ ପ୍ରାରମ୍ଭରୁ ଭଦ୍ରକ ଜିଲ୍ଲା ଜୋନ ୨କୁ ଆସିବା ପରେ ଏହା ରାଜ୍ୟ ସ୍ତରରେ ସପ୍ତାହାନ୍ତ ଶଟଡାଉନ କଟକଣାମୁକ୍ତ ହୋଇଥିଲା । ତେବେ ସାଂପ୍ରତିକ ସ୍ଥିତକୁ ଦେଖି ଜିଲ୍ଲାପାଳ କେବଳ ରବିବାରକୁ ଶଟଡାଉନ ଘୋଷଣା କରିଥିଲେ । ତେବେ ଲଗାତର ୩ ଦିନ ୧୨, ୧୬, ୧୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ପୁଣି ଶନିବାରକୁ ଶଟଡାଉନ ଘୋଷଣା କରିଛନ୍ତି । ଏଣିକି ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଶନିବାର ଓ ରବିବାର ଅର୍ଥାତ ଶନିବାର ସକାଳ ୫ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଶଟଡାଉନ କଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ।