Odiapua.com

ଶତାୟୁ ସାରସ୍ୱତ ସାଧକ ସୁଧାଂଶୁ ବେହେରାଙ୍କ ପରଲୋକ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ସଦରବଳିଆ ଗ୍ରାମର ଶତାୟୁ ସାରସ୍ୱତ ସାଧକ ସୁଧାଂଶୁ ଶେଖର ବେହେରା (୧୦୫)ଙ୍କର ଶନିବାର ସକାଳେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । “ସାଧବ ଝିଅ’, “ବାଜି ରାଉତର ଚରମ ପତ୍ର’,ସୂର୍ଯ୍ୟ ଶଙ୍ଖ”, ‘ଅରବିନ୍ଦାୟନ”ପରି ସଫଳ କବିତା ସଙ୍କଳନର ସ୍ରଷ୍ଟାଥିଲେ। ସେ ମଧ୍ୟ ଶତାଧିକ ନାଟକ ରଚନାକରିବା ସହିତ ବହୁ ନାଟକରେ ନିର୍ଦ୍ଦେଶନା ଦେଇ ନାଟ୍ୟ ଜଗତର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗରେ ସେ କିଛିଦିନ ହେବପୀଡିତ ଥିଲେ।କ୍ଷ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନଳାଙ୍ଗ ଗ୍ରାମ ହେଉଛି ସ୍ୱର୍ଗତ ସ୍ୱର୍ଗତ ବେହେରାଙ୍କ ଜନ୍ମସ୍ଥାନ କ୍ଷ ୧୯୨୧ରେ ଜନ୍ମିତ ସୁଧାଂଶୁ ୫ବର୍ଷ ବୟସ ଭିତରେ ମା ବାପାଙ୍କୁ ହରାଇଥିଲେ କ୍ଷ ବଡ଼ଭାଇ ପଲ୍ଲୀକବି କୃଷ୍ଣ ପ୍ରସାଦ ବେହେରାଙ୍କ ଲାଳନପାଳନରେ ସେ ବଡ଼ ହୋଇଥିଲେ କ୍ଷ ତେବେ ଦରିଦ୍ର‌୍ୟ ଯୋଗୁ ୩ୟ ଶ୍ରେଣୀତୁ ତାଙ୍କ ପାଠପଢ଼ାରେ ଅନ୍ତଘଟିଥିଲା। ୧୯୫୪ରେ ସେ ତିହିଡି଼ ବ୍ଲକ ବାହାବଳପୁର ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ମଞ୍ଚସ୍ଥ ଏକ ନାଟକର ନିର୍ଦ୍ଦେଶନା ଦେବାକୁ ଆସିଥିଲେ ଏବଂ ପରେ ତିହିଡି଼ ବ୍ଲକର ବାସିନ୍ଦା ହୋଇଥିଲେ କ୍ଷ ୧୯୮୦ରେ ତାଙ୍କର ‘କାଞ୍ଚି ବିଜୟ” ନାମକ ଏକ କବିତା ସଙ୍କଳନ ପ୍ରଥମେ ପ୍ରକାଶ ପାଇଥିଲା କ୍ଷ ପରେପରେ ସେ ଅନେକ ନାଟକ ଓ କବିତା ରଚନା ସହିତକ୍ଷ ଶିଶୁ ସାହିତ୍ୟ ରଚନାକରି ସୁନାମ ଅର୍ଜନ କରିବା ସଙ୍ଗେସଙ୍ଗେ ସମ୍ମାନିତ ଓ।ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ଅନେକ ପାଣ୍ଡୁଲିପି ଅପ୍ରକାଶିତ ହୋଇ ରହିଛି କ୍ଷ ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ୨୨ଟି ନାଟକ ପରିବେଷିତ ହୋଇଛି କ୍ଷ ‘ଫୁଲ ଫସଲ” ନାଟକ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲାକ୍ଷ ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ମାର୍କୋଣାସ୍ଥିତ ନବୋଦ୍ୟମରେ ୨୫ବର୍ଷ ରହି ସଙ୍ଗୀତ ଶିକ୍ଷା ଦେବା ସହ ନାଟକ ରଚନା କରି ନିର୍ଦ୍ଦେଶନା ଦେଇଥିଲେ କ୍ଷ ଶ୍ରୀ ଅରବିନ୍ଦଙ୍କ ଜୀବନୀକୁ ନେଇ ସେ ରଚନା କରିଥିବା ‘ଶ୍ରୀଅରବିନ୍ଦାୟନ” କାବ୍ୟ ବେଶ ପ୍ରଶଂସିତ ହୋଇପାରିଥିଲା। ସେ ଏକ ପାଠାଗାର ସ୍ଥାପନ କରିବାପାଇଁ ସଂକଳ୍ପ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୮ହଜାର ପୁସ୍ତକ ସଂଗ୍ରହ କରିଥିଲେ କ୍ଷ ମାତ୍ର ୧୯୯୯ ମହାବାତ୍ୟାରେ ବହି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ତାଙ୍କର ଲକ୍ଷ୍ୟ ପୂରଣ ହୋଇପାରି ନଥିଲା। ସାହିତ୍ୟ ପ୍ରତି ତାଙ୍କର ଉତ୍ସାର୍ଗୀକୃତ ମନୋଭାବଥିଲା।ସାହିତ୍ୟ,ନାଟକ ଓ ସଙ୍ଗୀତ ଥିଲା ତାଙ୍କ ଜୀବନ। ଗୋଟେ ଛୋଟ ସାଇକେଲ ନେଇ ସେ ଦୂର ଦୁରାନ୍ତ ବିଭିନ୍ନ ସାହିତ୍ୟ ସଭାକୁ ଯାଉଥିବା ବେଳେ ମାର୍କୋଣା କର୍ମକ୍ଷେତ୍ରକୁ ମଧ୍ୟ ଯାଉଥିଲେ। ସେ ସାହିତ୍ୟ ସାଧନା ସହିତ ରେଡ଼ିଓ ଓ ଘଣ୍ଟା ମରାମତିକରି ପରିବାର ପ୍ରତିପୋଷଣ କରୁଥିଲେ।ତାଙ୍କ ବିୟୋଗ ଖବର ପାଇ ବରିଷ୍ଠ ସାହିତ୍ୟିକ ଧୀରେନ୍ଦ୍ର ବଳ, ରବିନ୍ଦ୍ର ସେନାପତି, ଉପେନ୍ଦ୍ର ମଲ୍ଲିକ, ପି. ହୃଷିକେଶ, ଦେବେନ୍ଦ୍ର ନାଥ ବାରିକ, କବି ସଞ୍ଜିତ ବଳ, ରବି କୁମାର ମହାନ୍ତି, କଳ୍ପତରୁ ସେଠୀ, ସୁବାସ ଚନ୍ଦ୍ର ଦାସ, ମଥୁରା ମୋହନ ବେହେରା, ଗଙ୍ଗାଧର ଦତ୍ତ, ଆଶୁତୋଷ କରଣ, ମୁକୁନ୍ଦଦେବ ନାୟକ, ପ୍ରଶାନ୍ତ ବାରିକ, ସୁବାସ ମହାନ୍ତି, ସମ୍ବାଦିକ ପ୍ରଭାତ ରାଉଳ,ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ,କୈଳାଶ ରାଉଳ, ସମିତିସଭ୍ୟାଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ସରୋଜ ନାୟକ, ପ୍ରଦୀପ ଦାସ ସୌମ୍ୟ ରଞ୍ଜନ ପରିଡ଼ା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ କ୍ଷ ଖବରପାଇ ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକ, ଶିକ୍ଷାବିତ ଉମାକାନ୍ତ ମିଶ୍ର,ଡ଼. ଲଷ୍ମୀଧର ତ୍ରିପାଠୀ,ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ କୁମାର ନାୟକ,ଡ଼. ବିଶ୍ୱରଞ୍ଜନ ଦାସ,ସଚିକାନ୍ତ ନାୟକ,ବାଇଧର ନାୟକ,ସୁଧାରଂଜନ ମହାନ୍ତି,କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ବିଭୂତି ଭୂଷଣ ସେନାପତି,ବିପ୍ଳବ ରଞ୍ଜନ ପତି, ବସନ୍ତ କୁମାର ଦାସ, ଜୟନ୍ତ ମହାନ୍ତି,କବି ଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ବୈକୁଣ୍ଠ ନାଥ ଓଝା,କୈଳାଶ ବେହେରା,ନିରଞ୍ଜନ ବାରିକ,ବିସ୍ମୟ ବିହାରୀ ସାହୁ,ରୁବିଲତା ଦାସ,ବିଶ୍ୱମୈତ୍ରୀ ନାୟକ,ଶାନ୍ତି ଲତା ଗିରି,ପୁଷ୍ପାଞ୍ଜଳୀ ତ୍ରିପାଠୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରାଯିବା ସହ କୋହ୍ଲସ୍ଥିତ ଦିବ୍ୟଭୂମିକୁ ନିଆଯାଇଥିଲା କ୍ଷ ପରେ ତାଙ୍କ ଗ୍ରାମ ସଦରବଳିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା କ୍ଷ ତାଙ୍କ ପୁଅ ଶରତ ବେହେରା ମୁଖାଗ୍ନି ଦେଇଥିଲେ ।