ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁଧାକର ରାଉତଙ୍କ ମା’ ଧର୍ମପ୍ରାଣା ଶତାୟୁ ମହିଳା ଧରିତ୍ରୀ ଦେବୀଙ୍କ ଆଜି ସକାଳେ ଭଦ୍ରକ ପୌରପାଳିକା ୩୦ ନଂ ୱାର୍ଡ ଅଧୀନସ୍ଥ ଉତରବାହିନୀ ବାଲିପାଟଣା ଘରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ, ସଦାଚାରୀ ଓ ସମାଜ ପ୍ରତି ସମର୍ପିତ ମହିୟସୀ ମହିଳା ଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସଂପୃକ୍ତ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମର ଶରୀରର ଅନ୍ତିମ ଦର୍ଶନ ପାଇଁ ଘରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଭିଡ ଜମିଥିଲା। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଜିଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି, ଚଉଦ ମହଲାର ସଂପାଦକ ଅବଦୁଲ ମୁକିତ୍, ବିଜେଡି କାଉନ୍ସିଲର ଜକାଉଲ୍ଲା, ଯୁବନେତା ବିକାଶ ଶ୍ରେଷ୍ଠା, ପୂର୍ବତନ ସରପଂଚ ବିଶ୍ୱନାଥ ନାୟକ, ରବିନାରାୟଣ ମହାପାତ୍ର, ଅମିତାବାଳା ଆଚାର୍ଯ୍ୟ, ଡାକ୍ତର ପ୍ରଦୀପ ନାୟକ, ବିମଳ ନାୟକ, ତାହେରା ଖାତୁନ, ଏସଏମ ଫାରୁକ, କୈଳାସ ମହାପାତ୍ର, ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି, ବିଦ୍ୟାଧର ସାହୁ, ଶାନ୍ତନୁ କୁମାର ରାଉତ ପ୍ରମୁଖ ସ୍ୱର୍ଗତଃ ଧରିତ୍ରୀ ଦେବୀଙ୍କ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏକ ଶୋକବାର୍ତାରେ ତାଙ୍କ ଅମର ଆତ୍ମାର ଶାଶ୍ୱତ ଶାନ୍ତି ଏବଂ ପରିବାର ବର୍ଗଙ୍କୁ ଏହି ଦୁଃଖ ସହିବାର ସାହସ ଓ ଶକ୍ତି ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୃତ୍ୟୁ ସମୟରେ ଏକମାତ୍ର ପୁତ୍ର ଶ୍ରୀ ରାଉତ, ବୋହୂ, ଝିଅ, ଜ୍ୱାଇଁ, ନାତି-ନାତୁଣୀ, ଅଣନାତି-ନାତୁଣୀ ଉପସ୍ଥିତ ଥିଲେ।