Odiapua.com

ଶତାୟୁ ବୃଦ୍ଧ ଶ୍ରୀକର ସାହୁଙ୍କ ପରଲୋକ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଂଚାୟତ ଅଧିନ ମୂଷାଙ୍ଗ ଗ୍ରାମର ଶ୍ରୀକର ଚନ୍ଦ୍ର ସାହୁ ନାମକ ଜଣେ ଶତାୟୁ ବୃଦ୍ଧଙ୍କର ବୁଧବାର ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା।ଦୀର୍ଘ ଦିନହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସ୍ୱର୍ଗତ ସାହୁ ଜଣେ ଶାନ୍ତ, ସରଳ,ଅମାୟୀକ, ଧର୍ମପରାୟଣ,କର୍ତବ୍ୟ ନିଷ୍ଠ ଓ ବାମପନ୍ଥୀ ଚିନ୍ତାଧାରାର ସ୍ପଷ୍ଟବାଦୀ ମଣିଷଥିଲେ।ସେ ଜଣେ ମେଳାପୀ ମଣିଷ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ।ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳର ଶୋକରଛାୟା ଖେଳି ଯାଇଛି।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରବିନାରାୟଣ ସାହୁ ,ଚକ୍ରଧର ସାହୁ,ରମେଶ ଚନ୍ଦ୍ର ସାହୁ,ପୁତୁରା ନାରାୟଣ ଚନ୍ଦ୍ର ସାହୁ,ସୁରେନ୍ଦ୍ର ସାହୁ,ମୁରଲୀଧର ସାହୁ,ଗୟାଧର ସାହୁ,ଜ୍ୱାଇଁ ଅଜୟ ସାହୁଙ୍କ ସମେତ ବହୁ ,ପୁତୁରା ବହୁ,ଝିଅ, ଜ୍ୱାଇଁ,ନାତି ,ନାତୁଣୀ ଆତ୍ମୀୟ ସ୍ୱଜନ ଉପସ୍ଥିତଥିଲେ। ଶେଷରେ ନିଜ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡ଼ପୁଅ ରବିନାରାୟଣ ସାହୁ ମୁଖାଗ୍ନି ଦେଇଥିଲେ।ଖବର ପାଇ ସରପଂଚ କୈଳାଶ ପରିଡା,ସମବାୟ ସମିତି ସଭାପତି ନିତ୍ୟାନନ୍ଦ ବେହେରା, ଆଇନଜୀବୀ ବିପ୍ଳବ ନାୟକ,ଅଧ୍ୟାପକ ସୁକାନ୍ତ ପାଣିଗ୍ରାହୀ,ଶ୍ରୀରାମ ଦାସ,ବିଜୟ କୁମାର ପଣ୍ଡା,କମଳାକାନ୍ତ ନାୟକ,ଜଗନ୍ନାଥ ପଣ୍ଡା,ସାମ୍ବାଦିକ ସଞ୍ଜିତ ବଳ, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ,ପୂର୍ବତନ ସରପଂଚ ପ୍ରଦୀପ ସାହୁ,ସମାଜସେବୀ ହୃଦାନନ୍ଦ ପରିଡା,ଗୌରାଙ୍ଗ ସେନାପତି,ଶରତ ନାୟକ, ଜଗବନ୍ଧୁ ବଳ,ନିରାକାର ସେନାପତି,ଉଦୟ କୁମାର ଦାସ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣକରିଥିଲେ।