Odiapua.com

ଶଙ୍ଖଣାରେ କଂଗ୍ରେସର ସାଂଗଠନିକ ଆଲୋଚନା ଓ ବନ୍ଧୁ ମିଳନ

ହାଟଡିହି, ୨୪ /୧-(ଓଡିଆପୁଅ / ବିକାଶ ବିଶ୍ୱାଳ) ଦୀର୍ଘ ଦିନର ନିରବତା ପରେ ଆଜି କଂଗ୍ରେସ ପକ୍ଷରୁ ଶଙ୍ଖଣା ଠାରେ ଏକ ସାଂଗଠନିକ ଆଲୋଚନା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ ମାଝୀ, ଜିଲ୍ଲା ସଭାପତି ବିପ୍ଳବ ମିଶ୍ର, ଯୁବକଂଗ୍ରେସର ସଭାପତି ସଂଗ୍ରାମ ଜେନା, ଆନନ୍ଦପୁର ମୁନୁସିପାଲଟି ସଭାପତି ଟୁଟୁ ମହାନ୍ତି, ଜିଲ୍ଲା ଉପସଭାପତି ନିକୁଞ୍ଜ ବିହାରୀ ମିଶ୍ର, ଅଲେଖ ମଲ୍ଲିକ, ପ୍ରମୋଦ ପୃଷ୍ଟି, କୃଷ୍ଣ ଚନ୍ଦ୍ର ଜେନା, ଏକନ ସାହୁ, ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ କଂଗ୍ରେସର ସଂଗଠନକୁ ତୃଣମୁଳ ସ୍ତରରୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ ଶାସନାଧିନ ବିଜେଡି ସରକାର ଦୀର୍ଘ ବର୍ଷଧରି ବିଭିନ୍ନ ଦୁର୍ନ୍ନୀତିରେ ବୁଡି ରହିବାସହ ମନମୁଖୀ ଶାସନ କରୁଥିବାରୁ ଲୋକମାନେ ବିଜେଡି ପ୍ରତି ବିତଷ୍ପୃହ ହୋଇଗଲେଣି । ଏବେ କଂଗ୍ରେସ କର୍ମୀମାନେ ଏକଯୁଟ ହେବାପାଇଁ ଏବେ ସମୟ ଆସିଛି । ଆଗାମି ଦିନରେ ଏହାର ଉଚିତ ଜବାବ ଦେବେ ବୋଲି ନେତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଏକ ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।