Odiapua.com

ଶଙ୍ଖଚିଲାରେ ସଡକ ସୁରକ୍ଷା ସପ୍ତାହ ଉଦଯାପନ

ଯାଜପୁର୧୭ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ଶଙ୍ଖଚିଲା ସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠରେ ପାଣିକୋଇଲି ଥାନାର ଶଙ୍ଖଚିଲା ଫାଣ୍ଡି ପକ୍ଷରୁ ଏକ ସଡ଼କ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଶଙ୍ଖଚିଲାର ବଣିବ ସଂଘ, ବରିଷ୍ଠ ନାଗରିକ ମଂଚ ଏବଂ ସ୍ମାଇଲ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସଭାରେ ମାବାଧିକାର କର୍ମୀ ଅକ୍ଷୟ ଜେନାଙ୍କ ପରିଚାଳନା କରିଥିଲେ ।

 

ଯାଜପୁରରୋଡ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସଚେତନତାର ବାର୍ତା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପାଣକୋଇଲି ଥାନା ଆମ ପୁଲିସ୍ ସଦସ୍ୟ ସୁବାସ ଧଳ, ଶଙ୍ଖଚିଲା ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପର୍ଶୂରାମ ମଲିକ, ହିଙ୍ଗୁଳା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଗପ୍ରଭା ସାବତ, ଶିଶୁମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଦୀପ ବିଶ୍ୱାଳ, ସହକାରୀ ଶିକ୍ଷକ ନାରାୟଣ ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଂଚର ସଭ୍ୟ ବିନୋଦ ବିହାରୀ ସାହୁ, ବଣିକ ସଂଘର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ସୁଶାନ୍ତ କୁମାର ସାହୁ , ବିଷ୍ଣୁ ଚରଣ ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଏକ ସଚେତନତା ରାଲି ମା’ ହିଙ୍ଗୁଳାଙ୍କ ପୀଠରୁ ବାହାରି ଶଙ୍ଖଚିଲା ହାଟ ପଡିଆ ପରିକ୍ରମା କରିବା ସହିତ ଲୋକଙ୍କୁ ଉପହାର ଦେଇ ସଚତନ କରାଇଥିଲା । ଶେଷରେ ଫାଣ୍ଡି ଅଧିକାରୀ ଅଭୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।