ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ମେଡିକାଲ ପଡିପାରେ ଚଳିତ ବର୍ଷ ଅନୁଷ୍ଠିତ ୩୨ ତମ ଶକୁନ୍ତଳା ଲେଙ୍ଗ କ୍ରିକେଟ ଟୁର୍ଗମେ ର ତୃତୀୟ କ୍ଲାଟର ଫାଇନାଲ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଫ୍ୟୁଚର ଜୁବ ଏକାଦଶ ସହ ଯାଜପୁର ୧୧ ଷ୍ଟାର ବଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫ୍ୟୁଚର ବ୍ଲକ ଅଧିନାୟକ ଟସ ଜିଣି ପ୍ରଥମେ ଫିଲିଂ ନିଷ୍ଠା ନେଇଥିଲେ । ଯାଜପୁର ୧୧ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଭରତ ସାହୁ ୩୪ ଓ ଚନ୍ଦନ ନାୟକ ୩୨ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ନିମ୍ନ ପ୍ରଧାନ ୩ ଓ ସହିତ ମହାରଣା ୨ ଉଇକେଟ ଲେଖାଏଁ ଅକ୍ତିଆର କରିଥିଲେ । ଜବାବରେ ଫ୍ୟୁଚର ଦଳ ୧୮.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୦୭ ହାସଲ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ କାହ୍ନା ଭୂତିଆ ଓ ଅବିନାଶ ନାୟକ ପ୍ରତ୍ୟେକ ୨୭ ଲେଖାଏଁ ଚନ ହାସଲ କରିଥିଲେ । ବିପକ୍ଷ ଟେଲର ଦିବ୍ୟ ଜ୍ୟୋତି ଓ ଚନ୍ଦନ ନାୟକ ପ୍ରତ୍ୟେକ ୩ ଉଇକେଟ ଲେଖାଏଁ ଅକ୍ତିଆର କରିଥିଲେ । ବନ୍ଦନ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଚିନ୍ମୟ ସେନାପତି ଓ କାଳନ୍ଦୀ ପଣ୍ଡା ଅମ୍ପାୟାର, ଲକ୍ଷ୍ମଣ ସେନାପତି ମ୍ୟାଚ ରେଫରୀ, ଶାଶ୍ୱତ କୁମାର ବାରିକ ଓ ମାନସ ପାଢୀ ସ୍କୋରର, ପ୍ରତ୍ୟୁଷ ସାହୁ ଓ ଶ୍ରୀକାତ ଖଣ୍ଡେଇ ଧାରାବିବରଣୀ ପ୍ରଦାନ କରିଥିଲେ । ଆନ୍ଧ୍ରପ୍ରଦେଶ ଆକାର କୁଚ ସହ କେନ୍ଦ୍ରପଡା ଇନ୍ଦ୍ରପୁର ଜି.ସି.ସି. କ୍ଲବର ଶେଷ କ୍ୱାଟର ଫାଇନାଲ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହେବ ।