Odiapua.com

ଶକୁନ୍ତଳା ଲେଙ୍କା କ୍ରିକେଟ, ଫାଇନାଲରେ ଯାଜପୁର ୧୧ ଷ୍ଟାର

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ମହାବୀର ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ମେଡିକାଲ ପଢ଼ିପାରେ ଚଳିତ ବର୍ଷ ଅନୁଷ୍ଠିତ ୩୨ ତମ ଶକୁନ୍ତଳା ଲେଙ୍କା କ୍ରିକେଟ ଟୁର୍ନାମେଂଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ୧୧ ଷ୍ଟାର ଏକାଦଶ ଓ କେନ୍ଦ୍ରାପଡା ଇନ୍ଦୁପୁର ଜି.ସି.ସି. କ୍ଲବ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜି.ସି.ସି. କ୍ଲବ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ଏହି ଦଳ ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ ରନ୍ ସ୍କୋର କରିଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ କାର୍ତିକ ପତି ୩୩ ଓ ଗୋବିନ୍ଦ ପଟ୍ଟନାୟକ ୨୧ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ମିଥିଳେଶ, ରୋହେଲ ହାନିଫ ଓ ଦିବ୍ୟଜ୍ୟୋତି ଦାସ ପ୍ରତ୍ୟେକ ୨ ଉଇକେଟ ଲେଖାଏଁ ଅକ୍ତିଆର କରିଥିଲେ । ଯାଜପୁର ୧୧ ଦଳ ୧୨.୩ ଓଭରରେ ୩ ଉଇକେଟ ହରାଇ ୧୦୨ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା । ଦଳ ପକ୍ଷରୁ ସନତାଜ ମଞ୍ଜୁର ୫୩ ଓ ଭଗତ ସାହୁ ୧୪ ରନ ହାସଲ କରିଥିଲେ । ବିପକ୍ଷ ବୋଲର ଗୋବିନ୍ଦ ପଟ୍ଟନାୟକ ୩ ଉଇକେଟ ଅକ୍ତିଆର କରିଥିଲେ । ଦିବ୍ୟଜ୍ୟୋତି ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ନରେନ୍ଦ୍ର ଜେନା ଓ ବିନ୍ମୟ ସେନାପତି ଅମ୍ପାୟାର, ତନୁଜ କୁମାର ବେହେରା ମ୍ୟାଚ ରେଫରୀ, ଅଜୟ ବାରିକ, ମାନସ ପାଢୀ ଓ ମୃତ୍ୟୁଞ୍ଜୟ ଦାସ ସ୍କୋରର, ପ୍ରତ୍ୟୁଷ ସାହୁ ଓ ସୟଦ ଆଫ୍ରୋଜ ଅଲ୍ଲୀ ଧାରାବିବରଣୀ ପ୍ରଦାନ କରିଥିଲେ । ଟୁର୍ନାମେଂଟର ଫାଇନାଲ ମ୍ୟାଚ ଯାଜପୁର ୧୧ ଷ୍ଟାର ଓ ଇଞ୍ଜନପୁର କ୍ଲବ୍ ମଧ୍ୟରେ ରବିବାର ଅନୁଷ୍ଠିତ ହେବ ।