Odiapua.com

ଲୋକସଭା ଯୁବ କଂଗ୍ରେସ୍ ପକ୍ଷରୁ ଶେଷୁ ଅଫିସ୍ ଘେରାଉ

ପୁରୀ ୩୧-୭ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କୋରନା ର ଭୟାବହତା ସମୟରେ ରାଜ୍ର ସରକାର ବିଦ୍ୟୁତ୍ ବିଭାଗକୁ ଘରୋଇ କମ୍ପାନୀକୁ ହସ୍ଥାନ୍ତର କରିବା ଓ ଦୀର୍ଘବର୍ଷ ରୁ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ଗୁରୁବାରଦିନ ପୁରୀ ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ଶେଷୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇ ବିଭିନ୍ନ ଶ୍ଲୋଗାନ ମାନ ଦିଆଯାଇଥିଲା।ଏଥିସହ ଏକ ୬ ଦଫା ଦାବି ସମ୍ମୀଳିତ ଏକ ଦାବି ପତ୍ର ଶେଷୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସାଧାରଣ ସମ୍ପାଦକ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କୋରନା ମହାମାରୀ ଯୋଗୁଁ ଗ୍ରାହକଙ୍କୁ ୬ ମାସ ର ବିଦ୍ୟୁତ୍ ବିଲ୍ ଛାଡ୍ ଓ ଆଗାମୀ ଦିନ ମାନଙ୍କରେ ବିଦ୍ୟୁତ୍ ଦେୟ ୫୦% ହ୍ରାସ କରିବା ଦାବି ଏହି ସ୍ମାରକ ପତ୍ର ଉଲ୍ଲେଖ କରାଯାଇଛି। ଆଜତର ଏ ବିକ୍ଷୋଭ ପ୍ରଦର୍ଶନରେ ସ୍ମୃତି ରଞନ ପତି, ସ୍ୱାଧୀନ କୁମାର ପଣ୍ଡ, ବିଶ୍ୱରଞନ ମହାପାତ୍ର, ଆଲୋକ କୁମାର ସାହୁ ପ୍ରମୁଖ ସାମିଲ୍ ହୋଇଥିଲେ।ଦାବି ଗୁଡିକ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସାଧାରଣ ସମ୍ପାଦକ ପ୍ରକାଶ କରିଛନ୍ତି।