Odiapua.com

ଲୋକସଭାରେ ପାସ୍ ହେଲା ସାର୍ବଜନୀନ ପରିସର ସଂଶୋଧିତ ବିଲ୍

ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଏବେ ସରକାରୀ ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ। ଦିଲ୍ଲୀ ଲୁଟିୟନ୍‌ରେ ସରକାରୀ ଘରେ ରହୁଥିବା ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ ଘର ଛାଡିବେ। ଏନେଇ ଗତକାଲି ଲୋକସଭାରେ ସର୍ବସମ୍ମତି କ୍ରମେ ସାର୍ବଜନୀନ ପରିସର ସଂଶୋଧିତ ବିଲ୍‌ ପାସ୍‌ ହୋଇଛି।

ଲୁଟିୟନ୍‌ ଦିଲ୍ଲୀରେ ସରକାରୀ ଘରେ ରହୁଥିବା ଲୋକଙ୍କୁ ଶୀଘ୍ର ବାହାର କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ସରକାରଙ୍କ ପକ୍ଷରୁ ସାଂସଦ, ସରକାରୀ କର୍ମଚାରୀ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କୁ ଘର ପ୍ରଦାନ କରାଯାଇଥାଏ। ଆବଣ୍ଟନ ନିୟମ ଅନୁସାରେ, କାର୍ଯ୍ୟକାଳ ଶେଷ ହେବା ପରେ ଘର ଖାଲି କରିବା କଥା। କିନ୍ତୁ କିଛି ଲୋକେ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସେହି ଘରେ ରହୁଛନ୍ତି। ଯାହାକୁ ନେଇ ଏବେ ପଦକ୍ଷେପ ନିଆଯାଇଛି।