Odiapua.com

ଲୋକସଭାରେ ପାରିତ ହେଲା ତିନ ତଲାକ ବିଲ

ନୂଆଦିଲ୍ଲୀ,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ଶେଷରେ ବହୁ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହୋଇଛି ତିନ ତଲାକ ବିଲ । ଏହି ବିଲ୍ ସପକ୍ଷରେ ୩୦୩ ଟି ଭୋଟ ମିଳିଥିବା ବେଳେ ଏହା ବିପକ୍ଷରେ ୮୨ ଟି ଭୋଟ ଯାଇଥିବା ସୂଚନା ମିଳିଛି । ତେବେ ଭୋଟିଂ ପୂର୍ବରୁ ସଂସଦରୁ ଜେଡିଏୟୁ, ଟିଆରଏସ, କଂଗ୍ରେସ ଓ ଟିଏମସି ବ୍ୟାକଆଉଟ କରିନେଇଥିବା ସୂଚନା ମିଳିଛି । ଜେଡିୟୁ ଓ ଟିଏମସି ଭୋଟିଂରୁ ଅଲଗା ରହିଥିବା ବେଳେ ବିଜେଡି ବିଲ୍ ସପକ୍ଷରେ ଭୋଟିଂ କରିଛି ।