Odiapua.com

ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କଉଦ୍ଧାର କାର୍ଯ୍ୟ ସମ୍ପର୍ଣ୍ଣ

ପୁରୀ ୯-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କଉଦ୍ଧାର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି। ଆଜି ପ୍ରତ୍ୟଷରୁ କୋଭିଡ କଟକଣା ମଧ୍ୟରେ ସୀମିତ ସେବାୟତମାନଙ୍କ ଦ୍ୱାରା ଶ୍ରୀ ଲୋକନାଥ ପୀଠ ମନ୍ଦିରରୁ ପଙ୍କଉଦ୍ଧାର କାଯ୍ୟ ହୋଇଥିଲା। ବର୍ଷ ତମାମ ଗମ୍ବିରା ମଧ୍ୟରେ ଜମିଥିବା ଫୁଲ, ବେଲପତ୍ର, ଭୋଗ ପ୍ରଭୁତି ସଫା କରାଯାଇଥିଲା। ପୂର୍ବାହ୍ନରୁ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ବେଢ଼ାରେ ଲୋକନାଥଙ୍କୁ ଦର୍ଶନ କରିଥିଲେ। କୋରାନା ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଗମ୍ବିରା ଭିତରେ ଦର୍ଶନ କରିବାକୁ ପ୍ରଶାସନ ଫକ୍ଷରୁ ବାରଣ କରାଯାଇଛି। ବିଶ୍ୱର ମଙ୍ଗଳ ପାଇଁ ଜଗତମଙ୍ଗଳ ଜାଗର ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଦୀପର ଲମ୍ବା ୮ଫୁଟ ଓସାର ୫ ଫୁଟ ଥିବାବେଳେ ଗଭୀର ଅଢେଇ ଫୁଟ ରହିଛି। ଏହି ଦୀପ ଆଜିଠାରୁ ଶିବରାତ୍ରି ପଯ୍ୟନ୍ତ ଜଳିବ। ଏଥିରେ ଅଢେଇ କୁଇଣ୍ଟାଲ ଘିଅ ଦ୍ୱାରା ଏହି ଦୀପ ଜଳିବ।