Odiapua.com

ଲୁଣିସାହି ରେ ଅସବର୍ଣ୍ଣ ଙ୍କୁ ପାନୀୟ ଜଳ ବନ୍ଦ ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୬- ଗାଁ ଗାଁ ରେ ପୁରାତନ ବାଛନ୍ଦ ପ୍ରଥା କୁ ଉଚ୍ଛେଦ ପାଇଁ ସରକାର ଜନ ସଚେତନତା ସହ ଆଇନ ପ୍ରଣୟନ କରିଛନ୍ତି  କିନ୍ତୁ ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଲୁଣିସାହି ଗ୍ରାମ ରେ ଏବେ ବି ବାଛନ୍ଦ ବ୍ୟବସ୍ଥା ଚାଲୁଥିବାର ଅଭିଯୋଗ ହେଉଛି । ଯାହାକୁ ନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୋଗକାରୀ ଙ୍କ କହିବା ଅନୁଯାଇ ଫାଣ୍ଡି ବାବୁ ବାଛନ୍ଦ ବ୍ୟବସ୍ଥା ନ ଉଠେଇବାରୁ ନୟାଗଡ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଲୁଣିସାହି ର ଅସବର୍ଣ୍ଣ ସନା ନାହାକ ଓ ଝରିଆ ନାହାକ ଏ ସର୍ମ୍ପକେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାଇ ଲୁଣିସାହି ଗ୍ରାମରେ ଥିବା ସରକାରୀ ସୈାର୍ଯ୍ୟ ଶକ୍ତି ପ୍ରକଳ୍ପ ଓ ନଳକୂପ ରୁ ପାନୀୟ ଜଳ ନେବା ପାଇଁ ଲୁଣିସାହି ଗ୍ରାମର ତ୍ରିଲୋଚନ ସାହୁ , ଧରମ ପଢିଆଳି , ଦିନବନ୍ଧୁ ପଢିଆଳି , ପୁଷ୍କର ସାହୁ ଓ ଅନ୍ୟମାନେ ମନାକଲେ । ଯାହା ଫଳରେ ଅସବର୍ଣ୍ଣ ମାନେ ନିକଟରେ ଥିବା ଝରଣାରୁ ମାଟିଖୋଳି ପାନୀୟ ଜଳ ଆଣୁଛନ୍ତି । ଏହାକୁ ନେଇ ଅଭିଯୋଗକାରୀ ଙ୍କ କହିବା ଅନୁଯାଇ ଫାଣ୍ଡି ବାବୁ କିଛି ନବୁଝିବାରୁ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି ।

ଏ ସର୍ମ୍ପକେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ସଂଗ୍ରାମ କୁମାର ପାଇକରାୟଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଅଭିଯୋଗକାରୀ ମାନେ ଫାଣ୍ଡିରେ ଲିଖିତ ଅଭିଯୋଗ କରିନାହାଁନ୍ତି । ମୈାଖିକ ଅଭିଯୋଗ ପରେ ରଣପୁର ଥାନା ଇନିସ୍ପେକ୍ଟର ଙ୍କୁ ଜଣାଇ ସମସ୍ୟାର ସମାଧାନ ପାଇଁ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କୁ ଫାଣ୍ଡି କୁ ଡକାଯାଇଥିଲା । ଏ ସର୍ମ୍ପକେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଗ୍ରାମରେ ସମସ୍ୟା ଶୁଣିବା ପରେ ମୁଁ ସେ ଗାଁ କୁ ଯାଇଥିଲି ଗ୍ରାମରେ ସୈାର୍ଯ୍ୟଶକ୍ତି ଜଳ ଯୋଗାଣ ପ୍ରକଳ୍ପ କିଛିଦିନ ହେଲା ଅଚଳ ହୋଇ ପଡିଛି । ଗ୍ରାମରୁ ଜଳ ନିଷ୍କାସନ ପାଇଁ ପଂଚାୟତ ତରଫରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଛି ତେଣୁ ଜେସିବି ମେସିନ ଦ୍ୱାରା ଜଳ ଯୋଗାଣ ସ୍ତମ୍ବ ହଟାଯାଉଛି । ଉଭୟ ପକ୍ଷ ଙ୍କୁ ଫାଣ୍ଡିକୁ ଡକାଇ ସମସ୍ୟାର ସମାଧାନ ପାଇଁ ନିଷ୍ପତି ନିଆଯାଇଛି ।