Odiapua.com

ଲୁଟ, ଦାଦାବଟି ଆଦାୟ, ଡକାୟତି ପରି ସଙ୍ଗିନ ମାମଲାରେ ତିନି ଅଭିଯୁକ୍ତ ଗିରଫ, ଦୁଇ ଫେରାର

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୮-୦୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲରୁ କଣ୍ଟାବାଞ୍ଜି ରାସ୍ତା ରେ ଆଜି କୋଭିଡ-୧୯ କଟକଣା କୁ ନେଇ ବିଭିନ୍ନ ଜାନ ବାହାନ ଚେକିଂ କରୁଥିବା ବେଳେ ଦୁଇଟି ବାଇକ କୁ ଅଟକେଇ ଥିବା ବେଳେ ଗୋଟିଏ ବାଇକ ରେ ଥିବା ଦୁଇ ଜଣ ଶବାର ଯୁବକ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ। ପୋଲିସ ଅନ୍ୟ ବାଇକ ରେ ସବାର ତିନି ଜଣ ଙ୍କୁ ଫେରାର ଉଦ୍ୟମ କରୁଥିବା ବେଳେ କାବୁ କରି ଥିଲେ। ଉକ୍ତ ତିନି ଜଣ ଯୁବକ ଙ୍କ ନିକଟ ରୁ ଦେଶୀ ବନ୍ଧୁକ ସହ ମାରଣାସ୍ତ୍ର ସହ ବାଇକ କୁ ଜବତ କରି ତଦନ୍ତ ଚାଲିଥିବା ସୂଚନା ମିଳିଛି। ଉକ୍ତ ପାଞ୍ଚ ଜଣ ଯୁବକ କଣ୍ଟାବାଞ୍ଜି ର ଜଣେ ବ୍ୟବସାୟୀ ଙ୍କ ନିକଟରୁ ଦାଦାବଟି ଆଦାୟ ନେଇ ଧମକ ଦେଇଥିବା ଓ ତାଙ୍କ ଗୋଦାମ କୁ ଯାଉଥିବା ଜଣା ଯାଇଥିବା ବେଳେ ଏହି ଗିରଫ ତିନି ଜଣ ଙ୍କ ନାଁ ରେ ଏକାଧିକ ମାମଲା ଥିବା ବେଳେ ଦୁଇ ଫେରାର ଯୁବକ ସହ ଅନ୍ୟ ଦୁଇ ଜଣ ଯୁବକ ମଧ୍ୟରୁ ଜଣଙ୍କ ନାଁ ରେ ଛଅ ଗୋଟି ମାମଲା ରାୟଗଡା, ମୁନିଗୁଡା, ଭବାନୀପାଟଣା, ଜୁନାଗଡ଼ ଥାନା ଅଞ୍ଚଳ ରେ ରହିଛି। ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ସହ ଲୁଟ ଦାଦା ବଟି ଆଦାୟ ପରି ମାମଲା ରହିଛି। ଏ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ପ୍ରକାଶ ପାଇଛି।