Odiapua.com

ଲୁଟେରାଙ୍କୁ ଗିରଫ କଲା ଦେବଗଡ଼ ପୁଲିସ – ୨୧୬ ଗ୍ରାମ ସୁନା ଓ ୮୦ ଗ୍ରାମ ରୂପା ଉଦ୍ଧାର, ୮ ହଜାର ଟଙ୍କାରେ ବିକିଥିଲେ ସୁନା

ଦେବଗଡ଼ ୨୭-୧୦ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଗୁଡ଼ାଠାରେ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଓକିଲ କିଶୋର ଚନ୍ଦ୍ର ନନ୍ଦଙ୍କ ଘରେ ହୋଇଥିବା ଲୁଟ ଘଟଣାରେ ଦେବଗଡ଼ ପୁଲିସ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ପୃକ୍ତ ରଙ୍ଗିଆଗୁଡ଼ାର ସୁବାଷ ବେହେରା, ଖପର ସାହିର ଅରବିନ୍ଦ ଭୁକ୍ତା, ହାତିସାଲ ସାହିର ଓମ ପାତ୍ର, ପିଙ୍କୁ ପାତ୍ର ଓ ତାଙ୍କ ଠାରୁ ଚୋରି ସାମଗ୍ରୀ କ୍ରୟ କରିଥିବା ଦେବଗଡ଼ ସହରର ପ୍ରତିଷ୍ଠିତ ସୁନା ଦୋକାନି ମନମୋହନ ସାହୁଙ୍କ ଠାରୁ ଚୋରୀ ହୋଇଥିବା ୨୧୬ ଗ୍ରାମ ସୁନା ଓ ୮୦ ଗ୍ରାମ ରୂପା ମଧ୍ୟ ଉଦ୍ଧାର କରାଯାଇଛି ଓ ସେହିପରି ରାକେଶ ମେହେର ଠାରୁ ମଧ୍ୟ ମୋବାଇଲ ଉଦ୍ଧାର କରାଯାଇଛି। ଆଜି ଉପରୋକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣାପଡ଼ିଛି। ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଥିଲେ। ଅନ୍ୟପଟେ ଚୋରୀ ସୁନା ଅଳଙ୍କାରକୁ ଦେବଗଡ଼ ସହରର ପ୍ରତିଷ୍ଠିତ ସୁନା ବ୍ୟବସାୟୀ ମନମୋହନ ମାତ୍ର ୮ ହାଜର ଟଙ୍କାରେ କିଣିଥିବା ତଦନ୍ତ ସମୟରେ ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ସେଥିପାଇଁ ମନମୋହନଙ୍କ ଘରେ ଚଢ଼ଉ କରି ପୁଲିସ ସୁନା ଉଦ୍ଧାର କରିଥିବାବେଳେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୮ଟି ମୋବାଇଲ ଫୋନକୁ ମଧ୍ୟ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏସଆଇ ବୁଦ୍ଧାରାୟ ମାଝୀ ଉଦ୍ଧାର କରିଥିବା ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।