ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବେଳରେ ଲିଭିଯାଇଛି ଭଣ୍ଡାରିପୋଖରୀ ଓ ଭଦ୍ରକ ଅଂଚଳର ତିନିଜଣଙ୍କ ଜୀବନ ଦୀପ। ଏହି ନିର୍ବାଚନ ମଣ୍ଡଳୀର ଜଳମଣ୍ଡୁଆ ଗ୍ରାମପଂଚାୟତର ନିବାସୀ ୨୪ ବର୍ଷର ମୋନାଲିସା ସାମଲଙ୍କର ଆଜି ପୋଖରୀରେ ବୁଡି ମୃତ୍ୟୁ ଘଟିଥିବାବେଳେ ସେହି ଗ୍ରାମର ମଙ୍ଗୁଳି ପ୍ରଧାନ (୬୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିଭଳି ଭଦ୍ରକ ଦଇସିଂ ଅଂଚଳର ହେମାଳି ମହାରଣାଙ୍କର ସର୍ପ ଦଂଶନରେ ମୃତ୍ୟୁ ଘଟିଛି। ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସେମାନଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସତ୍ ଗତି କାମନା ପୂର୍ବକ ସେମାନଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି।