Odiapua.com

ଲିଙ୍ଗ ଭିତିକ ହିଂସା ବିରୋଧି ଅଭିଯାନ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଓ ସୋସାଇଟ୍ ଫର୍ ଉଇକର୍ କୁମ୍ୟୁନିଟ୍ (ଆସିଆନା) ମିଳିତ ଆନୁକୂଲ୍ୟରେ ଚରମ୍ପାସ୍ଥିତ ୟୁନାଇଟେଡ଼୍ ସଭାଗୃହରେ ପୂର୍ବତନ ପ୍ରଶାସନିକ ଅଧିକାରୀ ପଦ୍ମନ୍ କୁମାର ରାୟ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଆଇ.ଏ.ଏଚ୍‌.ଟି.ୟୁ. ଇନିସ୍‌ସ୍ପେକ୍ଟର ସଂଗ୍ରାମ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସୁରଜିତା ନାୟକ ଏବଂ ବରେଣ୍ୟ ଅତିଥି ଭାବେ ୱାର୍ଡ଼ ନଂ-୫ ର କାଉନ୍‌ସିଲର ଦିଲ୍ଲୀପ୍ ନାୟକ ଓ ମୁଖ୍ୟ ବକ୍ତା ଭାବେ ବାଲ୍ୟବିବାହ ସଂଯୋଜକ ପ୍ରଦ୍ୟୁତ୍ ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଏହି ଷୋଳଦିବସିୟ ଲିଙ୍ଗ ଭିତିକ ହିଂସା ବିରୋଧି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାପତି ହେମନ୍ତ କୁମାର ମିଶ୍ର ଓ ସମ୍ପାଦକ ବିଶାଲ ଲଖାନୀ ବିରଷ୍ଠ ସଦସ୍ୟ ବିଦ୍ୟାଧର ବାରିକ୍ ସହ କ୍ଲବ୍‌ର ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ। ପ୍ରାରମ୍ଭିକ ସୂଚନା ଆସିଆନାର ସଂଯୋଜକ ରିଆଜ୍ ଅହମ୍ମଦ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସମ୍ବିତ୍ ମହାନ୍ତି କର୍ମକର୍ତା ରୁବିନା ବେହେରା, ଜନ୍ମଜ୍ୟୋତି ବେହେରା, ସାଧନା ସରଗମ୍ ଦାସ ପରିଚାଳନା କରିଥିଲେ। ଶେଷରେ ବିକାଶ ରାଉତ ଧନ୍ୟବାଦ୍ ଅର୍ପଣ କରୁଥିଲେ।