Odiapua.com

ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସୁବର୍ଣ୍ଣ ଜୟନ୍ତୀ ପାଳିତ

ଯାଜପୁର୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକର ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା । ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ କମିଟିର ସମ୍ପାଦକ ଶରତ ଚନ୍ଦ୍ର ଧଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

 

 

 

ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ମୁଖ୍ୟ ବକ୍ତାଭାବେ ଧର୍ମଶାଳା ମହାବିଦ୍ୟାଳୟ ଅଧ୍ୟାପକ ମନୋରଂଜନ ମହାନ୍ତି, ସମ୍ମାନୀତ ଅତିଥିଭାବେ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା, ମା ତାରିଣୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡଃ, ଚନ୍ଦ୍ରକାନ୍ତ ମହାନ୍ତି, ପ୍ରାକ୍ତନ ସମ୍ପାଦକ ଦାମୋଦର ଧଳ ପ୍ରମୁଖ ଯୋଗଦେଇଥିଲେ । ଶେଷରେ କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥିଙ୍କୁ ସ୍ୱତନ୍ତ୍ରଭାବେ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛିକିତ୍ସା କ୍ଷେତ୍ରରେ ଡା. ବର୍ଷାରାଣୀ ଦାଶ, ପ୍ରଶାସନିକ କ୍ଷେତ୍ରରେ ଅଂଶୁମାନ ପତି, ମଧୁ ମଂଜରୀ ଧଳଙ୍କୁ ଓ ସରସ୍ୱତୀ ଶିଶୁ ମନ୍ଦିରର ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର/ଛାତ୍ରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମାତୃଶକ୍ତି ନୃତ୍ୟ ଏକାହେମୀ ଦ୍ୱାରା ଭାରତ ନାଟ୍ୟମ ଓ ଅନ୍ୟାନ ନୃତ୍ୟ ପରିବେଷର ସହ ନୃତ୍ୟଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ଜଟଣୀ ଦ୍ୱାରା ଏକାଙ୍କିକା ପେଟେଂଟ ମେଡିସିନ ପରିବେଷଣ କରାଯାଇଥିଲା । ଉନ୍ନୟନ କମିଟିର ଉପସଭାପତି ବିଷ୍ଣୁ ଚରଣ ଧଳ ସହ-ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ବାସୁଦେବ ପରିଡା, ଗଦାଧର ଧଳ, ବୃନ୍ଦାବନ ସାହୁ, ପ୍ରତାପ ଚନ୍ଦ୍ର ଧଳ, ନିରଂଜନ ପାଣିଗ୍ରାହୀ, ନିକୁଂଜ ବିହାରୀ ସାହୁ, ଦୈତାରୀ ଧଳ, ଭଗବାନ ସାହୁ, ଦିଲ୍ଲୀପ ଧଳ, ମାନସ ରଂଜନ ଧଳ, ଅଶୋକ କୁମାର ସାହୁ, ଶଙ୍କର୍ଷଣ ପରିଡା, ତାପସ ରଂଜନ ଧଳ, ବିଷ୍ଣୁ ଧଳ, ଭବ ରଂଜନ ଧଳ, ଆନନ୍ଦ ଚନ୍ଦ୍ର ପାଳ, ନିତ୍ୟାନନ୍ଦ ପରିଡା, ସନ୍ତୋଷ ଧଳ, ଅନିରୁଦ୍ଧ ସେଠୀ, ସଦାନନ୍ଦ ସାମଲ, ରମେଶ ସାହୁ, ନାଣ୍ଡୁ ମଳିକ, ବନମାଳୀ ଦାସ, ମଦନ ମୋହନ ମାଝୀ, ଅକ୍ଷୟ ଧଳ, ଗଜକିଶୋର ମଳ୍ଲିକଙ୍କ ସମେତ ସମସ୍ତ ସଦସ୍ୟ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଗୁରୁଜୀ/ଗୁରୁମା ଓ ବ୍ରଜନଗର, ମୂଳାପାଳ, ବରପଦାର ଗ୍ରାମବାସୀ ସହଯୋଗ କରିଥିଲେ ।