Odiapua.com

ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ଟଙ୍କା ଘୋଷଣା

ଭୁବନେଶ୍ୱର ୨୮-୧୨ (ଓଡ଼ିଆ ପୁଅ) ଶ୍ରୀ ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପର ପୁନଃ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଲିଙ୍ଗରାଜ ଏଣ୍ଡି ପ୍ଲାଜା ନିକଟରେ ନୂତନ ଭଜନ ମଣ୍ଡପ, ଲାଇବ୍ରେରୀ ଓ ଲିଙ୍ଗରାଜ ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରାଯିବ। ଏହା ଉପରେ ଏକ ୱାଚ୍ ଟାୱାର ମଧ୍ୟ ନିର୍ମାଣ କରାଯିବ। ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।