Odiapua.com

ଲିଙ୍ଗରାଜ କଳାନିକେତନ ବାର୍ଷିକୋତ୍ସବ

ପୁରୀ, ୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଲିଙ୍ଗରାଜ କଳାନିକେତନ ବାର୍ଷିକ ଉତ୍ସବ ପୌରସଦନରେ ଅନୁଷ୍ଠିତ ହୋଇଛି। ଜିଲା ସଂସ୍କୃତି ଅଧିକାରୀ ଚୋଧୁରୀ ଅରବିନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଚୀନ ନୃତ୍ୟ ଓ ସଙ୍ଗୀତର ମୌଳିକତା ରକ୍ଷାପାଇଁ ପରାମର୍ଶ ଦେଇଥିଲେ। ସମାଜସେବୀ ଚକ୍ରଧର ମହାପାତ୍ର, ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ବରିଷ୍ଠ ସେବକ ଭଗବାନ ସୁଆର, ଧରଣୀଧର ହରିଚନ୍ଦନ, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ କୁମାର ସାମନ୍ତରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନ ସମ୍ପାଦକ ଜଗନ୍ନାଥ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଓଡ଼ିଶା ନୃତ୍ୟଗୁରୁ ଲିଙ୍ଗରାଜ ବେହେରା, ଧିରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। କଣ୍ଠଶିଳ୍ପୀ ପ୍ରକାଶ କୁମାର ରଥ, ନୃତ୍ୟଗୁରୁ ମନୋଜ କୁମାର ପ୍ରଧାନ, ନନ୍ଦିତା ପ୍ରିୟଦର୍ଶିନୀ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଗୀତଗୋବିନ୍ଦ, ଛାନ୍ଦ, ଭଜନ, ଲୋକନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ଅଧ୍ୟକ୍ଷ ଧବଳେଶ୍ୱର ମିଶ୍ର, ଉପସଭାପତି ଗଣେଶ୍ୱର ପ୍ରହରାଜ, ଲୋକନାଥ ମିଶ୍ର, ସାରଦା ପ୍ରସନ୍ନ ମିଶ୍ର, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସିପ୍ରା ମିଶ୍ର, ରଶ୍ମିତା ଦାସ, ପଲ୍ଲୀପୁଷ୍ପା ନାୟକ, ଶୁଭଶ୍ରୀ ପଣ୍ଡା, ସୁପ୍ରିୟା ପଲେଇ, ମମତା ଭୋଇ, ଲୋପାମୁଦ୍ରା ମିଶ୍ର, ଇପ୍ସିତା ମିଶ୍ର, ଶୁଭଙ୍କର ମିଶ୍ର, ଲିପିକା ସିଂହ, ସ୍କୃତି ଦାଶ ଚିରଶ୍ରଦ୍ଧା ମହାନ୍ତି, ଶୁଭସ୍ମିତା ପ୍ରିୟଦର୍ଶିନୀ, ଆଦ୍ୟଶ୍ରୀ ଦାଶ, ଶୁଭଶ୍ରୀ ଦାଶ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।