Odiapua.com

ଲାୟନ୍‌ସ କ୍ଲବ ଭଦ୍ରକାଳୀ ଡିଭାଇନ ପକ୍ଷରୁ ରାଇସ୍ ବ୍ୟାଗ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲାୟନ୍‌ସ ଆନ୍ତର୍ଜାତୀୟ ସଭାପତି ମେଲିଭିନ୍ ଜୋନ୍‌ଙ୍କ ଜନ୍ମ ଦିନ ଅବସରରେ ପାଳନ କରାଯାଉଥିବା ‘ରାଇସ୍ ବ୍ୟାଗ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ଭଦ୍ରକ ଲାୟନ୍ସ କ୍ଳବ ଭଦ୍ରକାଳୀ ଡିଭାଇନ ପକ୍ଷରୁ ଭଦ୍ରକ ଦୈସିଂ ସ୍ଥିତ କଳ୍ପନାଦେବୀ ଜରାଶ୍ରମରେ ପାଳିତ ହୋଇଛି। ଜରାଶ୍ରମ ପାଇଁ ଏକମାସର ଡାଲି, ଚାଉଳ, ତେଲ, ସଉଦା ଆଦି ପ୍ରଦାନ କରାଯାଇଛି। ଏହି ଅବସରରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିଭାବେ ଅଲ୍ ଇଣ୍ଡିଆ ମେଡିକାଲ ଅସୋସିଏସନର ଭଦ୍ରକ ଜିଲ୍ଲା ସମ୍ପାଦକ ତଥା ଲାୟନ୍ସ କ୍ଲବର ଉପଦେଷ୍ଟା ଡାକ୍ତର ହରେକୃଷ୍ଣ ନାୟକ ଯୋଗ ଦେଇ ଭଦ୍ରକ ତଥା ଭଦ୍ରକ ବାହାରର ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗ ସଦିଚ୍ଛାରେ ଆଗେଇ ଚାଲିଥିବା ଜରାଶ୍ରମରେ ଏଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମ ଉତ୍ସବ ପାଳନ ଅତ୍ୟନ୍ତ ଖୁସିର କଥା ବୋଲି କହିଥିଲେ। ଲାୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନର ଜରାଶ୍ରମ ପ୍ରତି ଥିବା ଭଲ ପାଇବା କ୍ଲବର ପ୍ରତ୍ୟେକ ସଦସ୍ୟ ସଦସ୍ୟାଙ୍କର ମହାନତାର ପରିଚୟ ଦିଏ ବୋଲି କହିଥିଲେ। ଏହି ଉତ୍ସବରେ ଭଦ୍ରକାଲୀ କ୍ଲବର ସଭାପତି ଲାୟନ୍ସ ବୈଲୋଚନ ବେହୁରିଆ, କୋଷାଧ୍ୟକ୍ଷ ଲାୟନ୍ସ ଇଂ ସନ୍ତୋଷ ପତି, ଲାନ୍ସ ସତ୍ୟେନ୍ଦୁ ରାୟମହାପାତ୍ର, ଅଧ୍ୟାପକ ପ୍ରଭାତ ଧଳ, ଇଂ ପ୍ରଦ୍ୟୁମ୍ନ କୁମାର ସାହୁ, ପତ୍ରକାର ତପନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଜରାଶ୍ରମର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଥିଲେ।