Odiapua.com

ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ପେଡେଷ୍ଟାଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡ ସ୍ଥାପନ

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର ଓ ବାରମ୍ବାର ହାତଧୁଆ ନିମେନ୍ତ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଥିବା ବେଳେ ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ସାଧାରଣ ବ୍ୟବହାର ପାଇଁ ଆଜି ୪ ଗୋଟି ପେଡେଷ୍ଟାଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡ ଦାନ କରାଯାଇଛି। ଏଥିରୁ ୨ ଗୋଟି ବାଲେଶ୍ୱର ମହିଳା କଲେଜରେ ବସାଯାଇଥିବା ବେଳେ ଗୋଟିଏ ଆଇସିଆଇସି ବ୍ୟାଙ୍କ ଓ ଅନ୍ୟଟି ଏସବିଆଇ ମୁଖ୍ୟ ଶାଖାରେ ସର୍ବଜନ ବ୍ୟବହାର ନିମନ୍ତେ ରଖାଯାଇଛି। ବିଶେଷ କରି ପାଖରେ ସମସ୍ତେ ସାନିଟାଇଜର ରଖିବା ସମ୍ଭବପର ହୋଇନଥିବା ବେଳେ ମହିଳା କଲେଜର ଛାତ୍ରୀ ଓ ବ୍ୟାଙ୍କକୁ ଆସୁଥିବା ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରାଯାଇଥିବା ଉମଙ୍ଗର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ସହରର ଅଧିକ ଲୋକ ଚଳପ୍ରଚଳ କରୁଥିବା ଅଫିସ ବା ସ୍ଥାନରେ ଏହି ସାନିଟାଇଜର ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ବୋି ସେମାନେ କହିଛନ୍ତି। ଉମଙ୍ଗର ଏହି ବଦାନ୍ୟତାପୂର୍ଣ୍ଣ ପଦକ୍ଷେପକୁ ନେଇ ପ୍ରଶଂସା କରିଛନ୍ତି ବାଲେଶ୍ୱର ମହିଳା କଲେଜର ଅଧ୍ୟକ୍ଷ। ମହାମାରୀ କରୋନା ସଂକ୍ରମଣ ରୋକିବା ଦିଗରେ ଲାୟନ୍ସ କ୍ଲବ ଉମଙ୍ଗର ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତି କଲେଜ ଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।