Odiapua.com

ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଭର୍ଚୁଆଲ ଲକ୍କି ଡ୍ର କାର୍ଯ୍ୟକ୍ରମ

ବାଲେଶ୍ୱର, ୧୩ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ସେବାମୂଳକ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ପ୍ରତିବର୍ଷ ଭଳି ଧନତେରେସ ଅବସରରେ ଭର୍ଚୁଆଲ ଲକ୍କି ଡ୍ର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟି ଦେଇ ସହରର ହୋଟେଲ ଲକ୍କି ଇଣ୍ଟରନ୍ୟାସନାଲ ପରିସରରେ ଭର୍ଚୁଆଲ ଉପାୟରେ ଏହି ଲକ୍କି ଡ୍ର’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉମଙ୍ଗର ସଭାପତି ମନୀଷା ଦାସ, ସମ୍ପାଦିକା ସ୍ନେହା ସରାୱଗୀ, ପାଣ୍ଠି ସଂଗ୍ରହ କମିଟିର ଅଧ୍ୟକ୍ଷା ମମତା ଦାସ, ସେବା କମିଟି ଅଧ୍ୟକ୍ଷା ସୁମିତା ଦତ୍ତ ପ୍ରମୁଖ ଏଥିରେ ଯୋଗଦେଇ ଲକ୍କି ଡ୍ର ମାଧ୍ୟମରେ ଭାଗ୍ୟବାନ ବିଜେତାଙ୍କ ନାମ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଲଟେରୀ ସାମଗ୍ରୀ ପ୍ରଦାନ କରାଯିବ ବୋଲି କୁହାଯାଇଛି। ପ୍ରାପ୍ତି ସାଧବ, ଏସ ସତେୟା, ପ୍ରତ୍ୟାଶା ଦାସ, ନିରଂଜନ ଘୋଷାଲ, ଶାନ୍ତନୁ ସତେୟା ପ୍ରମୁଖ ଶିଶୁମାନଙ୍କ ଦ୍ୱାରା ଏହି ଲଟେରୀ ଉଠାଣ କରାଯାଇଥିଲା। ସାଗରିକା ମହାନ୍ତି, ରୀପିକା ଦାସ, ଗାର୍ଗୀ ସେନଗୁପ୍ତା, ଜୟସ୍ମିନ୍ ଦାସ, ଦିଶା ଯାଦବ ପ୍ରମୁଖ ଉମଙ୍ଗର ସଭ୍ୟାମାନେ ଏଥିରେ ଉପସ୍ଥିତ ରହି ଏହି ଲକ୍କି ଡ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।