Odiapua.com

ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ ଓ ସତ୍ୟଭାମା ହେଲଥ୍ କେୟାର ପକ୍ଷରୁ ମାଗଣା ମଧୁମେହ ପରୀକ୍ଷା ଶିବିର

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସ ଅବସରରେ ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଗଣା ପରୀକ୍ଷା ଶିବିର ଅନୁଷ୍ଠିତ ହେଉଥିବାବେଳେ ଭଦ୍ରକର ବନ୍ତଛକ ନେହେରୁ ଷ୍ଟାଡିୟମ୍ ରୋଡ୍ ସନ୍ନିକଟ ସତ୍ୟଭାମା ହେଲଥ୍ କେୟାରରେ ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍‌ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ମଧୁମେହ ପରୀକ୍ଷା ଶିବିର ଆୟୋଜିତ ହୋଇଛି । କେଉଁଝର ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ମେଡିସିନ୍ (ଡାଏବେଟୋଲୋଜିଷ୍ଟ) ଡାକ୍ତର ପ୍ରିୟରଂଜନ ବାରିକଙ୍କ ଦ୍ୱାରା ମଧୁମେହ ଜନିତ ବିଭିନ୍ନ ବ୍ୟୟ ବହୁଳ ପରୀକ୍ଷା ମଧ୍ୟରେ ଏଫବିଏସ୍‌, ପିପି, ଏଚ୍‌ବି ୱାନ୍‌ସି, ଥାଇରଏଡ, ଲିପିଡ୍‌, ବିଏମ୍‌ଡି, ୟୁରିଆ କ୍ରେଟିନ୍‌, ଇସିଜି ଭଳି ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା କରାଯାଇଛି । ଏଥିରେ ଶତାଧିକ ଗରିବ ରୋଗୀ ଉପକୃତ ହୋଇଥିବାବେଳେ ସତ୍ୟଭାମା ହେଲଥ୍ କେୟାର ଓ ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନର ଏଭଳି ସାଧୁ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏଥିରେ ସତ୍ୟଭାମା ହେଲଥ୍ କେୟାରର ସତ୍ୱାଧିକାରୀ ପ୍ରଦୀପ କୁମାର ସାବତଙ୍କ ସମେତ ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ର, ସାଧାରଣ ସଂପାଦକ ସନ୍ତୋଷ କୁମାର ପତି, କୋଷାଧ୍ୟକ୍ଷ ପ୍ରତାପ ନାୟକ, ଜୋନ୍ ଚେୟାରପେର୍ସନ ପ୍ରଭାତ କୁମାର ଧଳ, ପୂର୍ବତନ ସଭାପତି ବୈଲୋଚନ ବେହୁରିଆ, ଉପସଭାପତି ତିଳୋତ୍ତମା ପଣ୍ଡା, ଉପଦେଷ୍ଟା କମିଟିର ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ଓ ସାମ୍ବାଦିକ ପ୍ରମୋଦ ରାୟ, ସଦସ୍ୟ ସଂଜୀବ ନାୟକ, ବିଜନ ପତି, ନାରାୟଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।