Odiapua.com

ଲାହୌର ଦାତା ଦରବାର ବାହାରେ ବିଷ୍ପୋରଣ, ୪ ମୃତ ୧୫ ଗୁରୁତର

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ପାକିସ୍ଥାନର ମିଡ଼ିଆ ଅନୁସାରେ ଲାହୌର ଦାତା ଦରବାର ବାହରେ ବିଷ୍ପୋରଣ ହୋଇଛି। ଏହି ବିଷ୍ପୋରଣରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଉଦ୍ଧାର କାର୍ଯ୍ୟରେ ପୋଲିସ୍ ଲାଗିଛି। ଏହି ବିଷ୍ପୋରଣ ପଂଜାବ ପୁଲିସର ଏଲିଟ ଫୋର୍ସର ଭ୍ୟାନ ଟାରଗେଟ୍ କରି କରାଯାଇଥିବାର ସୂଚନା ମିଳିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସ୍ଥାନରେ ବହୁଳ ମାତ୍ରାରେ ପୁଲିସ ବଳ ନିଯୁକ୍ତ କରାଯାଇଛି।

https://twitter.com/syedazmatjmc/status/1125984733433929731