Odiapua.com

ଲାଲଗଡରେ ପୁଲିସ ମହାନିର୍ଦ୍ଦେଶକ ପହଁଚି ମାଓଦମନ ସଂପର୍କରେ ସମୀକ୍ଷା କଲେ

ମାଲକାନଗିରି,୮ା୧୧ (ଓଡିଆ ପୁଅ )ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲାଗସ୍ତ କରି ମାଓଦମନ ସଂପର୍କରେ ରଣନିତୀ ପ୍ରସ୍ତୁତି ସହ ସମୀକ୍ଷା କରିଛନ୍ତି । ଡିଜିପି ଶ୍ରୀ ଅଭୟ ପ୍ରଥମେ ଆନ୍ଦ୍ର ଓଡିଶା ସୀମାନ୍ତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଲାଲଗଡ ଗୋରାସେତୁ ନୂତନ ବିଏସଏଫ କ୍ୟାମ୍ପପରିଦର୍ଶନ କରି ମାଓସ୍ଥିତି ଓ ଗତିବିଧି ସଂପର୍କରେ ବିଏସଏଫ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ । ଗୋରାସେତୁ ଗ୍ରାମର ମହିଳା ମାନେ ଖୁସି ହୋଇ ଡିଜିପି ଙ୍କୁ ଫୁଲଚନ୍ଦନ ଦେଇ ବନ୍ଧାଇ ଗାଁ ଭିତରକୁ ପାଛୋଟି ନେଇଥିଲେ । ସ୍ୱାଭିମାନ ଅଚଂଳ ଗୋରାସେତୁ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଲୁଗା, କମ୍ବଳ,ପିଲାମାନଙ୍କୁ ପୋଷାକ,ସ୍କୁଲ ବ୍ୟାଗ ଓ ଖେଳ ସାମଗ୍ରୀ ଡିଜିପି ବାଟିଂଥିଲେ । ପରେ ମାଲାକନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ପହଁଚି ମାଓଦମନ ର ରଣନିତୀ ଓ ସ୍ୱାଭିମାନ ଅଚଂଳର ଉନ୍ନୟନ ମୁଳକ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଅଭୟଙ୍କ ସହ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ.ଶର୍ମା,ଆଇଜ ିଅପରେସନ ଅମିତାଭ ଠାକୁର,ବିଏସଏଫ ଆଇଜି ଏମ.ଏ, ଶର୍ମା,ଦକ୍ଷିଣାଚଂଳ ଡିଆଇଜି ସଫିନ ଅହମଦ କେ,ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ, ବିଏସଏଫ କମାଣ୍ଡେଂଟ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲାର କାଲିମେଳା,ତୁଳସିପାହଡ ଓ ସ୍ୱାଭିମାନଅଚଂଳରେ ମାଓବାଦୀସମସ୍ୟା ଅଧିକ ଥିଲା । ଏବେ ଏ ସବୁ ଅଚଂଳରେ ମାଓସମସ୍ୟ କମି ଯାଇଛି, କିଛିଅଶଂରେ ସ୍ୱାଭିମାନ ଅଚଂଳରେ ଆନ୍ଦ୍ରସୀମାନ୍ତ ବର୍ତି ଇଲାକାରେ ମାଓମାଦୀ ଙ୍କ ଗତିବିଧି ପରିଲି କ୍ଷିତ ହେଉଛି । ସେ ଅଚଂଳରେ ଏବେ ଆନ୍ଦ୍ର ଓଡିଶା ପୁଲିସର ମିଳିତ ଅପରେସନରେ ମାଓଦମନ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ସ୍ୱାଭିମାନ ଅଚଂଳରେ ଗୁରୁପ୍ରୀୟା ସେତୁ ହେବା ପରେ ସେ ଅଚଂଳର ଉନ୍ନତି ଘଟି ଚାଲିଛି । ଜାନବାଇ, ପିପିଳପଦର,ଦର୍ଲାବେଡା, ହନ୍ତାଳଗୁଡା, ଜନ୍ତପାଇ,ଜୋଡାଆମ୍ବ,ଗୋରାସେତୁ ମାଓପ୍ରବଣ ଅଚଂଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା କରାଯାଇଛି । ବିଏସଏଫ ଓ ପୁଲିସ କ୍ୟାମ୍ପ ର ସୁରକ୍ଷା କର୍ମୀ ଙ୍କ କଡାପ୍ରହରା ରେ ମାଓପ୍ରବଣ ଇଲାକାରେ ୭ଟି ନୂତନ ରାସ୍ତା,ସ୍କୁଲଘର, ଅଙ୍ଗନଓ୍ୟାର୍ଡି କେନ୍ଦ୍ର,ଏହା ଦ୍ୱାରା ସ୍ୱାଭିମାନ ଅଚଂଳରେ ମାଓସମସ୍ୟା ହ୍ରାସହେବାସହିତ ସେଠାରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟା ତ୍ୱରାନିତ ହୋଇଛି । ପୁବ ର୍ଅପେକ୍ଷା ମାଲକାନଗିରି ଜିଲ୍ଲାରେ ମାଓହିଂସା କମିଛି,ପୁଲିସ ଦ୍ୱାରା ବହୁ ମାଓବାଦୀଙ୍କ ଦୁର୍ଗଭୁଷିଡିପଡିବା ସହିତ ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି,ସ୍ୱାଭିମାନ ଅଚଂଳର ଉନ୍ନୟନମୁଳକ କାର୍ଯ୍ୟାପାଇଁ ଆବଶ୍ୟକତା ପଡିଲେ ମାଓପ୍ରବଣ ଅଚଂଳରେ ଅଧିକ ପୁଲିସ କ୍ୟାମ୍ପ ଓ ଥାନା ସ୍ଥାପନ କରାଯିବ ବୋଲି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏହାବ୍ୟତିତ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ସମସ୍ତ ପ୍ରକାର ଯୋଜନାର ସୁଫଳ ନେବା ପାଇଁ ମାଓବାଦୀ କ୍ୟାର୍ଡରମାନଙ୍କୁ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆହ୍ୱାନ ଦେଇଛନ୍ତି ।