Odiapua.com

ଲାବିରାରେ ଘୋଷଯାତ୍ରା

କୋଲାବିରା, ୫।୭ (ଓଡିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ଠାରେ ଆଜି ଗୁରୁବାର ଆଷାଢ ଶୁକ୍ଲପକ୍ଷ ଦ୍ୱିତିୟା ତିଥି ଚତୁର୍ଦ୍ଧାମୂର୍ତିଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପଟୁଆରେ ପହଂଚିଛନ୍ତି ମାଉସି ମାଁ ମନ୍ଦିରରେ ଶ୍ରୀଜଗନ୍ନାଥ। ଏଇ ଅବସରରେ ରଥ ଉପରେ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା। ପୁରାତନ ନୀତିରୀତି ତଥା ପରମ୍ପରା ମୁତାବକ ମଇଲମ ଆଳତି, ପହଣ୍ଡି ଭୋଗ ସହ ଯଥାରୀତି ପୂଜା ହେବାପରେ କୋଲାବିରା ଜମିଦାର ବଂଶଜ ବୀର ଅମରେନ୍ଦ୍ର ପ୍ରତାପ ସିଂହଙ୍କ ଦ୍ୱାରା ଛେରାପହଁରା ହୋଇ ତିନିଠାକୁର ରଥାଋଢ ହୋଇଥିଲେ। ବର୍ଷାପାଗ ଯୋଗୁଁ ଅପରାହ୍ନ ୫ଟାରେ ଛେରାପହଁରା ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା। ରଥଯାତ୍ରା ପାଇଁ ଭକ୍ତମୟ ହୋଇଉଠିଥିଲା ମନ୍ଦିର ପରିସର। ମୁଖ୍ୟ ସଡକଦେଇ ରଥ ମାଉସି ଗୁଡି କୁ ସଂଧ୍ୟାରେ ପହଂଚିଥିଲା। ପୂଜକ ବିଜୟ ପୂଜାରୀ, ଓମପ୍ରକାଶ ପୂଜାରୀ, ସମିତ ପୂଜାରୀ, ଆଲୋକ ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ଅଣସର ପରେ ମଙ୍ଗଲବାର ଶ୍ରୀମନ୍ଦିରରେ ବିଗ୍ରହଙ୍କ ନେତ୍ରୋତ୍ସବ ନୀତି ସମ୍ପନ୍ନ ହୋଇଛି। ନବଯୋ÷ବନ ଦର୍ଶନ ଲାଗି ଆଖପାଖ ଅଂଚଳର ବହୁଭକ୍ତଙ୍କ ସମାଗମ ହୋଇଥିଲା। ଶାନ୍ତଶୃଙ୍ଖଳା ସହିତ ସମାପନ ହୋଇଥିବା ଏହି ଘୋଷଯାତ୍ରା ରେ ଅଂଚଳର ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଲିଥିଲା। ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ସାହୁ ପଡାର ଭରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଲଲିତ ସାହୁ, ଲମ୍ବାଧର ସାହୁ, , ଗୋବର୍ଧନ ସାହୁ, ହରିହର ପାତ୍ର, ପ୍ରଫୁଲ୍ଲ ସାହୁ, ଗୁଡୁ ସାହୁ, ସଂଜୟ ପାତ୍ର, କାହ୍ନା ସାହୁ ପ୍ରମୁଖ ସାମୁହିକ ଘଂଟବାଦ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯାହାକି ରଥଯାତ୍ରାର ମୁଖ୍ୟ ଆକର୍ଷଣ ରହିଥିଲା। ଯାତ୍ରା ପରିଚାଳନାରେ ଯାତ୍ରା କମିଟି ବୀନୋଦ ବିହାରି ହୋତା, ବୀରେନ୍ଦ୍ର ମହାପାତ୍ର, ଦ୍ୱିବେନ୍ଦୁ ଦାସ୍, ସୁବେନ୍ଦୁ ଦାସ, ପ୍ରକାଶ ଚନ୍ଦ୍ର ହୋତା, ମନ୍ମଥନାରାୟଣ ସିଂହ, ଚିନ୍ମୟ ବହିଦାର, ହରିବଂଶ ପଧାନ, ମନୋଜ ପଧାନ, ଗୋବିନ୍ଦ ଚନ୍ଦ୍ର ଭୋଇ, ଗୋବିନ୍ଦ ଚନ୍ଦ୍ର ଧୁରୁଆ, ଗୋବିନ୍ଦ ଚନ୍ଦ୍ର ମରାଇ, ଲବଣୀଧର ମରାଇ, ଆଶିସ ଦାସ୍, ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।