Odiapua.com

ଲାଠିପଡ଼ା ପାଇକସାହିରୁ ୧୦ ଲିଟର ଚୋରା ମଦ ସହ ବ୍ୟବସାୟୀ ଗିରଫ

ନୟାଗଡ଼, ୧୫ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ପାଇକସାହିର ଜଣେ ବେପାରୀଙ୍କ ଘରେ ଚଢାଉ କରାଯାଇ ଚୋରା ମଦ ସହ ଉକ୍ତ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି। ବ୍ୟବସାୟୀଙ୍କ ନାମ ଅକୃର ସୀଠ (୪୯)। କୌଣସି ସୂତ୍ରରୁ ଇଟାମାଟି ପୋଲିସ ଖବର ପାଇ ପାଇକସାହିର ଅକୃର ସୀଠ ଘରେ ଅଚାନକ ଚଢାଉ କରାଯାଇଥିଲା। ଚଢାଉ ସମୟରେ ୧୦ ଲିଟର ଚୋରାମଦ ଜବତ କରାଯିବା ସହ ଅକୃର ସୀଠକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ଇଟାମାଟି ଥାନାରେ ୨୦୪/୨୦୨୧ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।