Odiapua.com

ଲାଞ୍ଚ ନେବା ମାମଲାରେ ପୂର୍ବତନ ଥାନା ଅଧିକାରୀଙ୍କୁ ୫୦ ହଜାର ଜରିମାନା

କୋରାପୁଟ,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି । ଏହି ରାୟରେ ରାୟଗଡ଼ା ଜିଲ୍ଲା ବିଷମକଟକର ପୂର୍ବତନ ଥାନାଧିକାରୀ ତଥା ମୟୁରଭଞ୍ଜରେ କାର୍ଯ୍ୟରତ ଥାନାଧିକାରୀ ନୀଳକଣ୍ଠ ମହାପାତ୍ରଙ୍କୁ ୧୦ ହଜାର ଲାଞ୍ଚ ନେଇଥିବା ଅଭିଯୋଗରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ହୋଇଛି।