Odiapua.com

ଲାଞ୍ଚୁଆ କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ

ମାଲକାନଗିରି, ୨୫ା୩ (ଓଡିଆ ପୁଅ) କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡିଅଫିସର କେସ ସମାଧାନ କରିଦେବେ କହି ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡି ଗିରଫ ହୋଇଛନ୍ତି। କୁଡୁମୁଲୁଗୁମ୍ମା ଗ୍ରାମର ଜିତେନ୍ଦ୍ର ଖିଲଙ୍କ ଠାରୁ ତାଙ୍କର କେସ ସମାଧନ କରିଦେବେ କହି ଓରକେଲ ଥାନାସ୍ଥ କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡିର ଏଏସଆଇ ବାଲାଜି କୁମାର ନାୟକ ୬ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ମାଲକାନଗିରି ଭିଜିଲାନ୍ସ ଇନିସପେକ୍ଟକ ଏସ.ସାହୁଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଯୋଗ୍ୟଯେ କୁଡୁମୁଲୁଗୁମ୍ମା ଗ୍ରାମରେ ଦୁଇଗୋଷ୍ଟିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗାଁ ଗଣ୍ଡଗୋଳକୁ ଥାନାରେ ଆପୋସ ସମାଧାନ କରିଦେବା ପାଇଁ ସେହି ଗ୍ରାମର ଜିତେନ୍ଦ୍ରଙ୍କୁ ଫାଣ୍ଡି ଅଧିକାରୀ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ଜିତେନ୍ଦ୍ର ଆଗରୁ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ବିଭାଗୀୟ ଅଧିକାରୀ ଆଗରୁ ଫାଣ୍ଡି ନିକଟରେ ଜଗି ରହିଥିଲେ, ଜିତେନ୍ଦ୍ରଙ୍କ ଠାରୁ ଏଏସଆଇ ଶ୍ରୀ ନାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଇନିସ୍ପେକ୍ଟର ଏଏସଆଇ ଙ୍କ ଠାରୁ ଟଙ୍କା ଜବତ କରି ତାଙ୍କୁ ଗିରଫ କରି ମାଲକାନଗିରିକୁ ଭିଜିଲାନ୍ସ ଅଫିସକୁ ଆଣି ପଚରା ଉଚରା ଜାରିରଖିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବାସଭବନ ରେ ମଧ୍ୟ ଖାନତଲାସି ଚାଲିଥିବାର ଜଣାପଡିଛି। ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜଣେ ପୁଲିସ ଅଧିକାରୀ ଗିରଫ ହେବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।