Odiapua.com

ଲାଗୁଛି ଲୌହପଦାର୍ଥ, ମଣିଷ ଦେହରେ ଚୁମ୍ବକୀୟ ଶକ୍ତି ପ୍ରବାହିତ

ଯୋଡା, ୧୪ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମହଦ) ଏକ ଅଲୌକିକ ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଯୋରରେ ଚାରିଆଡେ ପ୍ରାସାରିତ ହେବାରେ ଲାଗିଛି । ମଣିଷ ଦେହରେ ଚୁମ୍ପକୀୟ ଶକ୍ତି ପ୍ରବାହିତ ହେଉଥିବା ବେଳେ ଯେ କୌଣସି ଲୌହ ନିର୍ମିତ ପଦାର୍ଥ କେତେକଙ୍କ ଦେହରେ ଲାଗିରହୁଥିବା ଦେଖିବାକୁ ମିଳିଛି । ଏପରିକି କଏନ୍‌, ଚାମଚ, ଥାଳି, ଖଡିକା, କରଛୁଲି, ଥାଳିଆ, ଚାବିକାଠି ଇତ୍ୟାଦି ସାମଗ୍ରୀ ଛାତି, ପେଟ, ପିଠି, ବାହୁ ଇତ୍ୟାଦି ସ୍ଥାନରେ ଲାଗିରହୁଛି । ଯେଉଁମାନେ କରୋନା ଟିକା ୨ଟି ଖୋରାକ ନେଇ ସାରିଛନ୍ତି ସେମାନଙ୍କ ମଧ୍ୟରୁ କେତେକଙ୍କ ଦେହରେ ଏହି ଅସ୍ୱାଭାବିକ ପ୍ରକ୍ରିୟା ଦେଖାଯାଉଛି ବୋଲି କୁହାଯାଉଥିବାବେଳେ ଯୋଡା ପୌରାଞ୍ଚଳରେ ବାସ କରୁଥିବା କେତେକଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ମିଳିଛି । ବିଭିନ୍ନ ଗଣମାଧ୍ୟମରୁ ଏହା ଜାଣିବାପରେ ସେମାନେ ନିଜ ଶରିରରେ ଏହାକୁ ପରୀକ୍ଷାକରି ଏହା ସତ୍ୟବୋଲି ସ୍ୱିକାର କରିଛନ୍ତି । ସଞ୍ଜୟ ଦାସ ନାମକ ଜଣେ ଅବସରପ୍ରାପ୍ତ ଟାଟା କର୍ମଚାରୀ ଏବଂ ତାଙ୍କ ସ୍ତ୍ରୀ ଭୁବନେଶ୍ୱରରୁ ଏକମାସ ପୂର୍ବେ ୨ଟି ପର୍ଯ୍ୟାୟରେ ୨ଟିଯାକ ଟିକା ଗ୍ରହଣ କରି ସାରିଥିବାବେଳେ ସଞ୍ଜୟଙ୍କ ଦେହରେ ଏହି ଅସ୍ୱାଭାବିକ ପ୍ରକ୍ରିୟା ଦେଖିବାକୁ ମିଳିଛି, ହେଲେ ତାଙ୍କ ସ୍ତ୍ରୀଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳିନାହିଁ । ପ୍ରଥମେ ଏହା ଦେହର ଝାଳରେ ଲଟକି ରହୁଥିବା ସନ୍ଦେହ କରାଯାଉଥିବା ବେଳେ ଦେହକୁ ଭଲଭାବେ ପୋଛି, ସଫାକରି ଲୌହ ସାମଗ୍ରୀ ଲଗାଇଲେ ମଧ୍ୟ ଏହା ଠିକ୍ ବୋଲି ଜଣାପଡିଛି । କେବଳ ସଞ୍ଜୟ ନୁହନ୍ତି, ଅନେକଙ୍କଠାରେ ଏହି ଲକ୍ଷଣ ଦେଖାଦେଇଛି । ସେହିପରି ମାନସ ମହାନ୍ତି ନାମକ ଜଣେ ସାମ୍ବାଦିକ ଏହାକୁ ନିଜ ଦେହରେ ପରିକ୍ଷାକରି ଏହା ସତ୍ୟବୋଲି ସୂତନା ଦେଇଛନ୍ତି । ସରୋଜ ପ୍ରହରାଜ ନାମକ ଜଣେ ଅଟୋମୋବାଇଲ ଇଂଜିନିୟର ମାତ୍ର ଗୋଟିଏ ଖୋରାଖ ଟିକା ନେଇଥିବାବେଳେ ତାଙ୍କ ଦେହରେ ମଧ୍ୟ ଏହି ଲକ୍ଷଣ ଦେଖାଦେଇଛି । ଏହା ଟିକାର ପ୍ରଭାବ ବୋଲି କୁହାଯାଉଥିବା ବେଳେ ଜିଲାର ଅନ୍‌୍ୟ କେତେକ ସ୍ଥାନରେ ମଧ୍ୟ ଏହି ଘଟଣା ଘଟୁଥିବା ଖବର ମିଳୁଛି । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ମଧ୍ୟ ଏହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି ।