Odiapua.com

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କେନ୍ଦୁଝର ଗଡ଼ ୨୮-୧ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) ଆଜି କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଆଇରନ ବୋଝେଇ ହେଇଥିବା ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଇଛି। ଟ୍ରେନଟି ଆଇରନ ନେଇ ଜୁରୁଡ଼ିରୁ ପାରାଦ୍ବୀପ ବନ୍ଦର ଯାଉଥିବା ଜଣାପଡିଛି। ଟ୍ରେନଟି କେନ୍ଦୁଝର ଗଡ଼ ଷ୍ଟେସନ ଭିତରକୁ ପଶୁଥିବା ବେଳେ ଟ୍ରାକ ଚେଞ୍ଜ ବେଳକୁ ଟ୍ରେନର ପଛ ଚାରୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହା ଫଳରେ କାହାର କିଛି ଅଘଟଣ ଘଟିନଥିବା ବେଳେ ରେଲୱେ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକରୁ ଓହ୍ଲାଇବାକୁ ଉଦ୍ୟମ ଚାଲିଥିବା ବେଳେ କିପରି ଏଭଳି ଘଟଣା ଘଟିଲା ତାର ତଦନ୍ତ ହେବ ବୋଲି ଜଣାପଡିଛି।