Odiapua.com

ଲଭ-ସେକ୍ସ- ଧୋକା ଘଟଣା: ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତା

ଯାଜପୁର ୨୯-୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବଡଚଣାରେ ଲଭ-ସେକ୍ସ- ଧୋକା ଘଟଣା ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତା। ପିଡିତାଙ୍କ ଅଭିଯୋଗ ମୁତାବକ ବଡଚଣା ଥାନା ଅଧିନ ବନ୍ତଳା ଗ୍ରାମର ଯୁବକ ସମ୍ବିତ ସାମଲ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଏବେ ଯୁବତୀ ଜଣକ ଗର୍ଭବତୀ। ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ବିବାହ ପାଇଁ ସମ୍ବିତକୁ କହିଥିଲେ। କିନ୍ତୁ ସମ୍ବିତ ବିବାହ କରିବାକୁ ମନା କରିଦେବା ସହ କୁଆଡେ ଫେରାର ହୋଇଯାଇଛି। ଏସଂପର୍କରେ ଉଭୟ ପରିବାର ଲୋକେ ମଧ୍ୟ ଜାଣିଛନ୍ତି। ତେବେ ଶେଷରେ ନିରୁପାୟ ହୋଇ ପୀଡିତା ଜଣକ ବଡଚଣା ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଆଜି ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ତେବେ ଏସପି ରାହୁଲ ପିଆର ପିଡିତାଙ୍କ ଅଭିଯୋଗ ଶୁଣିବା ପରେ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେପଟେ ପିଡିତା ସମ୍ବିତକୁ ଗିରଫ କରି ନ୍ୟାୟ ପ୍ରଦାନ ମାରିବାକୁ ପିଡିତା ନିବେଦନ କରିଛନ୍ତି।