Odiapua.com

ଲବଣ ସତ୍ୟାଗ୍ରହ ଇଞ୍ଚୁଡ଼ି ଠାରେ ପାଳିତ ହେଲା ୭୫ବର୍ଷ ଉଲକ୍ଷେ ଗନ୍ଧୀଜୀଙ୍କ ଦାଣ୍ଡି ଯାତ୍ରା ଅମୃତ ଶୁଭ ବେଳାର ସ୍ମୃତି

ବାହାନଗା,୧୨ ।୩( ଭାରତୀ ଦାସ/ଓଡ଼ିଆ ପୁଅ)- ସାରା ଦେଶରେ ଆଜି ଗାନ୍ଧୀଜୀଙ୍କର ସେହି ସତ୍ୟାଗ୍ରହ ଆନ୍ଦୋଳନର ଦାଣ୍ଡି ଯାତ୍ରାର ଅମୃତ ଶୁଭ ବେଳା ସ୍ମୃତି ପାଳିତ ହୋଇଛି । ଏହି କ୍ରମରେ ଓଡ଼ିଶାରେ ପୁରୀ , କଟକ ଓ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି ପଞ୍ଚାୟତର ଲବଣସତ୍ୟାଗ୍ରହ ହାଇସ୍କୁଲର ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ବାଲେଶ୍ୱର ମିଳିତ ଆନୁକୂଲ୍ୟରେ ପାଳିତ ହେଲା ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗାନ୍ଧୀଜୀଙ୍କର ଦାଣ୍ଡି ଯାତ୍ରା ଅମୃତ ବେଳାର ଶୁଭାରମ୍ଭର ସ୍ମୃତି ପାଳନ ଦିବସ । ଏହି କାର‌୍ୟ୍ୟରେ ସଭାପତିତ୍ୱ କରିଥିଲେ ଜାତୀୟ ସେବା ଯୋଜନାର କୋଡ଼ି ନେଟର ନିରଦ ବରନ ଖୁଣ୍ଟିଆ, ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଯୋଗ ଦେଇ ଯୁବ ସମାଜ ଜାଗିଲେ ଦେଶ ଜାଗି ଉଠିବ ଏହା ଥିଲା ଗାନ୍ଧୀଜୀଙ୍କର ସ୍ୱପ୍ନ ବୋଳି ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବାଲେଶ୍ୱର ଶାଖାର କୋଡ଼ିନେଟର ବିଘ୍ନେଶ ପଲାଇ, ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ନିଖିଲ ପାଣିଗ୍ରାହୀ, ଡ. ଯଦୁନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୟାନିଧି ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ । ଏହାକୁ ସଂଯୋଜନା କରିଥିଲେ ବାଲେଶ୍ୱର ସେବା ଯୋଜନା କାର‌୍ୟ୍ୟ୍ରମ ଅଧିକାରୀ ଗୌରାଙ୍ଗ ପଣ୍ଡା । ଏହି କାର‌୍ୟ୍ୟକ୍ରମ ରେ ଜିଲ୍ଲାରୁ ବିଭିନ୍ନ ମହାବିଦ୍ୟାଳୟରୁ ୨ଶହରୁ ଅଧିକ ସ୍ୱେଚ୍ଛାସେବୀ ଓ କାର‌୍ୟ୍ୟକ୍ରମ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲା ସେବାଯୋଜନା ଅଧିକାରୀ ଡ. ସ୍ମୃତି ରଞ୍ଜନ ଦାସ । କାର‌୍ୟ୍ୟକ୍ରମ ପ୍ରାରମ୍ଭରେ କେନ୍ଦ୍ର ମନ୍ତ୍ରୀଙ୍କକ ସହ ସ୍ୱେଚ୍ଛାସେବୀ , ଉପସ୍ଥିତ ସମସ୍ତ କର୍ମଚାରୀ, ଗ୍ରାମବାସୀ ମାନେ ଗ୍ରାମ ପରିକ୍ରମା କରି ସତ୍ୟାଗ୍ରହ ପୀଠରେ ପହଞ୍ଚି ମନଷୀ ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସଭା ସ୍ଥଳରେ ପହଞ୍ଚି ଥିଲେ । କାର‌୍ୟ୍ୟ୍ରମରେ ତୁଣ୍ଡରା ସରପଞ୍ଚ ଅଜୟ ବାରିକ, ଜିଲ୍ଲା ପରିସଦ ସଭ୍ୟ କ୍ୟାପଟେନ ଭାସ୍କର ଚନ୍ଦ୍ର ଦାସ, ସମାଜସେବୀ ସର୍ବେଶ୍ୱର ଦାସଙ୍କ ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ରହି ଥିଲେ ।