Odiapua.com

ଲତାର ଗ୍ରାମରେ କଟକଣା ଭିତରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୧୦-  ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ବୈଭବପ୍ରଦାୟିନୀ  ଦୁର୍ଭାଗ୍ୟନାଷିନୀ  କର୍ମପ୍ରଦାୟିନୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ୨ ବର୍ଷ ଧରି ଏହିଭଳି ବିନା ଦର୍ଶକ ରେ ମା ଙ୍କ ପୂଜା ଅନୁଷ୍ଠିତ ହେଉଅଛି । ପୂଜା ମଣ୍ଡପ ଗୁଡିକ ଖାଁ ଖାଁ ଲାଗୁଛି । ପୁର୍ବ ବର୍ଷ ମାନଙ୍କ ରେ ବିଭିନ୍ନ ଲୋକନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଯାକ ଯମକ ରେ ହୋଇଥାଏ । ରଣପୁର ଲତାର ଗ୍ରାମ ରେ ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜା ରେ ୫ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ।

ଚଳିତ ବର୍ଷ କେବଳ ମା ଙ୍କ ନିତୀକାନ୍ତି କରାଯାଇଥିବା ଜଣାପଡିଛି । ସେହିଭଳି ଭାବରେ ରଣପୁର ର ଭଣ୍ଡାରୀ ସାହି , ସ୍କୁଲ ଛକ , ଦର୍ପନାରାୟଣପୁର ଛକ , କୋଇଲମା ଛକ , ବାରଙ୍ଗଗାଡିଆ ଛକ, ଲୋଧାଚୁଆ ଛକ  ଓ ଚାନ୍ଦପୁର ରେ କଟକଣା ଭିତରେ ପୂଜା ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଭକ୍ତ ଓ ମା ଙ୍କ ମଧ୍ୟରେ କୋଭିଡ୍ ସତେ ଯେପରୀ ଏକ ପ୍ରାଚିର ଠିଆ କରାଇଛି ।  କରୋନା ମୁକ୍ତ ପାଇଁ ଶ୍ରଦ୍ଧାଳୁ ଭକ୍ତ ମାନେ ଦୂରରେ ଥାଇ ମା ଙ୍କୁ ନିବେଦନ କରିଥିବା ଜଣାପଡିଛି ।