Odiapua.com

ଲଞ୍ଚ ହେବ ଏହି ସ୍ମାର୍ଟ ଫୋନ

ନୂଆଦିଲ୍ଲୀ,୨୦/୦୮,(ଓଡ଼ିଆ ପୁଅ/ ପି ନାୟକ): ସାମସଙ୍ଗ Note 10 ସିରିଜର ଦୁଇଟି ସ୍ମାର୍ଟଫୋନ ଆଜି ୨୦ ଅଗଷ୍ଟରେ ଲଞ୍ଚ ହେବା ପ୍ରସ୍ତୁତିରେ। Galaxy Note 10 ଏବଂ Galaxy Note+ ଉପରେ ଆଜି ପରଦା ଉଠାଯିବ। ଲଞ୍ଚ ପୂର୍ବରୁ ସାମସଙ୍ଗ ନୋଟ ୧୦+ର ୫୧୨ ଜିବି ଷ୍ଟୋରେଜ ବେରିୟଣ୍ଟର ଦାମକୁ ଅଫିସିଆଲ ଜାରି କରିଦିଆଯାଇଛି। ଫୋନର ଏହି ବେରିୟଣ୍ଟର ଦାମ ୮୯,୯୯୯ ଟଙ୍କା ହେବ।

ଏହାସହିତ କମ୍ପାନୀ ଗାଲାକ୍ସୀ ନୋଟ ୧୦ ସିରିଜକୁ ଲଞ୍ଚିଂ ଅଫରରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଏହା ଜରିଆରେ ଏବେ ଏହି ଦୁଇ ସ୍ମାର୍ଟଫୋନର ପ୍ରି-ବୁକିଂ କରିବାରେ ୯,୯୯୯ ଟଙ୍କା ବିଶିଷ୍ଟ ଗାଲାକ୍ସୀ ଇୟରବଡକୁ କେବଳ ୪,୯୯୯ ଟଙ୍କାରେ କିଣାଯାଇହେବ।