Odiapua.com

ଲଘୁଚାପ ଲଗାଣ ବର୍ଷାରେ ଭାଙ୍ଗିଲା ଢେଙ୍କିକୋଟ ଅସ୍ଥାୟୀ ଫାଣ୍ଡି ଘର

ଘଟଗାଁ, ତା ୨୬ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ଗତ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏହି ଲଘୁଚାପ ଜନିତ ବର୍ଷାରେ ଘଟଗାଁ ବ୍ଳକ ଢେଙ୍କିକୋଟ ଠାରେ ଥିବା ଅସ୍ଥାୟୀ ଫାଣ୍ଡିର ରୋଷେଇ ଘର ଓ ପଛପାଖ ପାଚେରି ଗଳି ପଡ଼ିଛି । ଫଳରେ ଘର ଭିତରେ ଥିବା ବହୁ ଆସବାବପତ୍ର ପତ୍ର ଭାଙ୍ଗିରୁଜି ଯାଇଛି । ଢେଙ୍କିକୋଟରେ ଏକ ସ୍ଥାୟୀ ଫାଣ୍ଡି ଘର ନଥିବାରୁ ଫାଣ୍ଡିଟି ଏକ ଭଡାଘରେ ଚାଲିଥିଲା । ଫାଣ୍ଡି ଘରଟି ବହୁ ପୁରୁଣା ଘର ହୋଇଥିବାରୁ ଘରର କାନ୍ଥ ଦବି ଯିବା ସହ ଘରର ପାରାପିଟ୍ ମଧ୍ୟ ଲଗାଣ ବର୍ଷାରେ ଗଳି ପଡ଼ିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଖୁବଶୀଘ୍ର ଢେଙ୍କିକୋଟରେ ଏକ ସ୍ଥାୟୀ ଫାଣ୍ଡି ଘର ନିର୍ମାଣ ପାଇଁ ଦାବି ହୋଇଛି ।