ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ତହସିଲ ଆପଣ୍ଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ତଥା ବସନ୍ତିଆ ପଞ୍ଚାୟତ ସିଲନ୍ଦି ଗ୍ରାମର ରବିନ୍ଦ୍ର କୁମାର ବେହେରାଙ୍କ ଚାଳଛପର ଘର ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି । ଏବେ ୨ ପିଲାଙ୍କୁ ଧରି ରବିନ୍ଦ୍ର ଦୁଃଖ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ପ୍ରକାଶ ଯେ, ଗତ ୨ ଦିନ ଧରି ଲଘୁଚାପ ବର୍ଷା ଫଳରେ ସିଲନ୍ଦି ଗ୍ରାମର ରବିନ୍ଦ୍ରଙ୍କ ଘରର ଚାଳଛପର ଓ କାନ୍ଥ ନଷ୍ଟ ହୋଇଯାଇଛି । ନିଜର ଜମିବାଡି ନଥିବା ବେଳେ ପରର ମୂଲଲାଗି ପରିବାର ଚଳାଇ ଆସୁଛନ୍ତି । କରୋନା ଲକ୍ ଡାଉନ୍ ପାଇଁ ମୂଲମଜୁରୀ ପାଉନଥିବା ବେଳେ ଏବେ ଲଘୁଚାପ ବର୍ଷା ତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଳଛପର ଘରେ ୨ ପିଲାଙ୍କୁ ଧରି ମୁଣ୍ଡ ଗୁଞ୍ଜି ଆସୁଥିବା ରବିନ୍ଦ୍ର ଏବେ କେଉଁଠି ରହିବେ ସେହି ଚିନ୍ତାରେ ଅଛନ୍ତି । ସରକାରୀ ସହାୟତା ପାଇଁ ସେ ନିବେଦନ କରିଛନ୍ତି । ବ୍ଲକ ପ୍ରଶାସନ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।