Odiapua.com

ଲଘୁଚାପ ପ୍ରବାହର ତାଣ୍ଡବ ଲୀଳା : ଘର ଉପରେ ପଡିଲା ଗଛ : ଅଳ୍ପକେ ବଞ୍ଚିଲେ ପରିବାର ଲୋକେ

ବାଲିଗୁଡା, ୯/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ପ୍ରଭାବରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଲକ୍ଷ କରାଯାଇଥିଲା। ଏ ନେଇ ସମଗ୍ର ଅଞ୍ଚଳରେ ନାହିଁ ନ ଥିବା କ୍ଷୟକ୍ଷତି ଘଟିଛି। ଟାଉନର ଗୁଳିମରା ପଦା ସାହି ବାସିନ୍ଦା ରଞ୍ଜିତା ପଟ୍ଟନାୟକଙ୍କ ଘର ଉପରେ ଏକ ବଡ ଗଛ ଉପୁଡି ପଡିବାରୁ ଘର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ ଆସବାବ ପତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ବାଲିଗୁଡା ଦମକଳ ବାହିନୀ ଆସି ଘରୁ ଗଛ ବାହାର କରିଥିଲେ। ରାଜସ୍ବ ବିଭାଗ ଅତିଶୀଘ୍ର କ୍ଷୟ କ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।