Odiapua.com

ଲଘୁଚାପ ଜନିତ ଲଗାଣ ବର୍ଷାରେ ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ଭାଙ୍ଗିଲା ଗରିବ ଲୋକଙ୍କ ବାସଗୃହ

ହରିଚନ୍ଦନପୁର,ତା ୨୭ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତରେ ଅନେକ ଗରିବ ଶ୍ରେଣୀର ଲୋକମାନଙ୍କ ବାସଗୃହ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଠାକୁରପଡା ଗ୍ରାମ ପଞ୍ଚାୟତ ଓ ହରିଚନ୍ଦନପୁର ଗ୍ରାମ ପଞ୍ଚାୟତର ଅନେକ ସ୍ଥାନରେ ଲୋକମାନଙ୍କ ବାସଗୃହ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଠାକୁରପଡା ଗ୍ରାମ ପଞ୍ଚାୟତର ପିଟାଟାଙ୍ଗର ଗ୍ରାମର ରବିନ୍ଦ୍ର ସୋର୍ନାକାର, ଦୁଃଖିରାମ ମହାରଣା, ସୁବଳ ମହାରଣା, କୃପାସିନ୍ଧୁ ମହାରଣା, ସନାତନ ପାତ୍ର, ରେବତୀ ମହାରଣା, ପ୍ରମିଳା ପାତ୍ରଙ୍କ ବାସଗୃହ ଗୁଡିକ ଭାଙ୍ଗିଯାଇଛି । ସେହିଭଳି ହରିଚନ୍ଦନପୁର ଗ୍ରାମ ପଞ୍ଚାୟତ ବାଲିସାହିର କୈବଲ୍ୟ ଓଝା, ଅରୂପା ମହାରଣା ଓ ସିଂହବିଲା ଗ୍ରାମ ମୁଣ୍ଡା ସାହିରେ ଅନେକଙ୍କ ବାସଗୃହ ଗୁଡିକ ଲଗାଣ ବର୍ଷା କାରଣରୁ ଭାଙ୍ଗିଯାଇଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ସଠିକ୍ ତଦନ୍ତ କରି ସେମାନଙ୍କୁ ସରକାରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ଜନସାଧାରଣରେ ଦାବି ହୋଇଛି ।