Odiapua.com

ଲଗାଣ ବର୍ଷା ଜାରି, ଫୁଲୁଛି ବୈତରଣୀ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ଲଗାଣ ବର୍ଷା ଗତ ତିନି ଧରି ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଜାରି ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ୬୯ ମି.ମି. ବର୍ଷା ହୋଇଥିବା ବ୍ଲକ ପକ୍ଷରୁ ରେକର୍ଡ କରାଯାଇଛି । ଫଳରେ ତଳିହା ଅଞ୍ଚଳ ଜନମଗ୍ନ ହେବା ସହ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଉପରମୁଣ୍ଡରେ ବର୍ଷା ହେବା ଫଳରେ ବୈତରଣୀ ନଦୀରେ ଜଳପତ୍ତନ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ କେଉଁଝରରେ ୫୧.୮ମି.ମି., ଚମ୍ପୁଆରେ ୪୩.୮ମି.ମି., ସ୍ୱାମୀପାଟଣାରେ ୧୮.୮ମି.ମି., ଠାକୁରମୁଣ୍ଡାରେ ୧୦.୦ମି.ମି., ଆନନ୍ଦପୁରରେ ୩୨.୮ ମି.ମି. ଓ ଆଖୁଆପଦାରେ ୮୯.୪ମି.ମି. ବର୍ଷା ରେକର୍ଡ କରାଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦା ଠାରେ ନଦୀର ଜଳସ୍ତର ୧୭.୨୯ ମିଟରରେ ପ୍ରବାହିତ ହେଉଛି । ସେଠାରେ ବିପଦସଙ୍କେତ ସ୍ତର ଥିବା ୧୭.୮୩ମିଟର କୁ ଜଳସ୍ତର ସୋମବାର ମଧ୍ୟରାତ୍ର ସୁଦ୍ଧା ଅତିକ୍ରମ କରିବା ସମ୍ଭାବନା ରହିଛି ।