Odiapua.com

ଲଗାଣ ବର୍ଷାରେ ରାସ୍ତା ଧୋଇଗଲା- ମଠସରସିଂ ଠାରୁ ପୁରୁଷୋତ୍ତମପୁର ଯାତାୟତ ବାଧାପ୍ରାପ୍ତ

କୋଦଳା :୦୮/୦୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମଠ ସରସିଂ ଠାରୁ ପୁରୁଷୋତ୍ତମପୁର ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ବସ୍, ଦୁଇ ଚକିଆ ଓ ତିନି ଚକିଆ ଯାନ ଚଳାଚଳ ହେଉଥିବା ବେଳେ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁଁ ରାସ୍ତାର ସିକୁଳା ପୂର୍ବରୁ ଥିବା ଏକ ପୋଲ ନିକଟରେ ବର୍ଷା ପାଣି ଧସେଇ ରାସ୍ତା ବାହ୍ଯ ଜଗତରୁ ବିଛିନ୍ନ ହୋଇ ପଡିଛି।ଫଳରେ ବହୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ଆଖପାଖ ଅଞ୍ଚଳରୁ ଲୋକମାନେ କୋଦଳା ଓ ପୁରୁଷୋତ୍ତମପୁର ବଜାରକୁ ଯିବା ଅସମ୍ଭବ ହୋଇ ପଡିଛି। ପୂର୍ବରୁ ଏହି ରାସ୍ତା ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ନିମ୍ନମାନର କାମକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। କାମ ସରିବାର ୧ ବର୍ଷ ନ ପୁରୁଣୁ ବର୍ଷାରେ ପିଚୁ ଧୋଇ ହୋଇଯିବା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାକୁ ପୁନଃ ସଚଳ କରିବା ସହିତ ରାସ୍ତାର ସ୍ଥାୟୀତ୍ବକୁ ଧ୍ଯାନ ଦେବାକୁ ଅଞ୍ଚଳବାସୀ କହିଛନ୍ତି।