Odiapua.com

ଲଗାଣ ବର୍ଷାରେ ଭାଙ୍ଗିଲା ଘର ଉଜୁଡିଲା ଧାନ ଚାଷ

ପାଟଣା ୨୫/୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) -ଲଘୁଚାପ ବର୍ଷାରେ ବେହାଲ କେନ୍ଦୁଝର ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେନ୍ଦ୍ରୀୟ ଜଳ ଆୟୋଗ ପରିସଂଖ୍ୟାନ ଅନୁଯାୟୀ ପାଟଣା ବ୍ଲକରେ ୫୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ବୁଧବାର ସନ୍ଧ୍ୟାରୁ ତୁହାକୁ ତୁହା ବର୍ଷା ଲାଗିରହିଥିବା ରୁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଲଗାଣ ବର୍ଷା ଫଳରେ ବ୍ଲକର ରାଜନଗର ଗ୍ରାମର ଶାସନ ସାହିର ସର ରାଉତଙ୍କ ଘରର କାନ୍ଥ ଦେଉଳିଆ ସାହିର ନିହାର ସିଂ ଙ୍କ ଘରର କାନ୍ଥ ପଡି ଭାଙ୍ଗିଯାଇଛି ଏଥି ସହିତ ମଝି ସାହିର ରଞ୍ଜିତ ଜେନା ଙ୍କ ଦୁଇ ବଖରା ଚାଳ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି।ସେହିପରି ମୁରୁସୁଆଁ ଗ୍ରାମରେ ଦୁଇ ଜଣ ବ୍ୟକ୍ତି ଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି। ଏଥି ସହିତ ବର୍ଷା ଯୋଗୁଁ ପାଟଣା ବ୍ଲକର ତୁରୁମୁଙ୍ଗା ରାଜନଗର କେନ୍ଦେଇପଶି ଟାଙ୍ଗରପଡା ମିରିଗିଖୋଜି ଏରେଣ୍ଡେଇ ସୋରାସକେଲା ପୋଲାଣଘାଟି ଖିରେଇଟାଙ୍ଗିରି ବାଉଁଶୁଳି କଣ୍ଟିଆପଡା ଚିନାମାଳି ପଶି ଯମୁନାପଶି ଆଦି ପଞ୍ଚାୟତ ର ବିଭିନ୍ନ ଅଞ୍ଚଳରେ ଏକର ଏକର ଧାନ ବିଲରେ ଧାନ ଗଛ ପଡି ନଷ୍ଟ ହୋଇଛି ଫଳରେ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀକୁଳ ଖୁବ ଶୀଘ୍ର କ୍ଷୟକ୍ଷତି ର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।