Odiapua.com

ଲଗାଣ ବର୍ଷାରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚରୁ ପାଣି : ବୁଡିଲା ମଣିବାବାଙ୍କ ବିଗ୍ରହ, ସକାଳ ନୀତିକାନ୍ତିରେ ବିଳମ୍ବ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୩ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗତକାଲି ରାତିରେ ପଶ୍ଚିମଦ୍ୱାରା ଓ ପାଦୁକ କୁଣ୍ଡ ଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚରୁ ପାଣି ପସିଯିବା ଫଳରେ ମଣିବାବାଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯାଇଥିଲା । ଫଳରେ ବୁଧବାର ଭୋର ମଙ୍ଗଳ ଆଳତୀ ସମେତ ସକାଳ ନୀତିକାନ୍ତିରେ ସାମନ୍ୟ ବିଳମ୍ବ ଦେଖା ଦେଇଥିଲା । ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ଲଗାଯିବା ପରେ ପାଣି ଶୁଖା ଯାଇ ଅନ୍ୟାନ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା । ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସମଗ୍ର ପୀଠ ଚତଃୁପାଶ୍ୱର୍ରେ ବନ୍ୟାପାଣି ଜମି ରହିବା ଓ ଶିବଗଙ୍ଗା ପୁଷ୍କରିଣୀ ପୂର୍ଣ୍ଣ ଥିବାରୁ ଏପରି ସମସ୍ୟା ଉପୁଜିଥିବା କେତେକ ସେବାୟତ ମତ ଦେଇଥିବା ବେଳେ ମଣିବାବାଙ୍କ ଗର୍ଭଗୃହ ପୀଠ ଚତଃୁପାଶ୍ୱର୍ ଠାରୁ ୨୦ଫୁଟ ତଳେ ରହିଥିବାରୁ ବର୍ଷାଋତୁରେ ପାଣିଝର ପଡିବା ଦ୍ୱାରା ଏପରି ସମସ୍ୟା ଦେଖା ଦେଉଥିବା କିଛି ସେବାୟତ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଦୀର୍ଘ ୩ବର୍ଷ ତଳେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ଗର୍ଭଗହର ମରାମତି କରାଯାଇଥିଲେ ମଧ୍ୟ ଏବେ ପୁର୍ନବାର ପୂର୍ବ ପରି ସମସ୍ୟା ଦେଖାଦେଇଥିବା ବରିଷ୍ଠ ସେବାୟତମାନେ ପ୍ରକାଶ କରିଛନ୍ତି । ଏପରି ସମସ୍ୟା ବାବାଦରେ ମନ୍ଦିର ପରିଚାଳକଙ୍କୁ ପଚାରିବାରୁ ବର୍ଷାଋତୁରେ ଏପରି ମଣିବାବାଙ୍କ ଗର୍ଭଗୃହରେ ପାଣି ଜମେ ମଟର ଦ୍ୱାରା ନିଷ୍କାସନ କରାଯାଇ ସମସ୍ତ ନୀତିକାନ୍ତି କରାଯାଏ ।