Odiapua.com

ଲକ ଡାଉନ ସମୟରେ ୪କିଲୋମିଟ ଦୁର୍ଗମ ପାହଡ ଚଢି ଆଦିବାସୀଙ୍କୁ ଖାଦ୍ୟ,ମାସ୍କ ବାଟିଂ ଜନ ସଚେତନତା କଲେ ସ୍ୱେଚ୍ଛାସେବୀ

ମାଲକାନଗିରି,୨୧ା୪(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟପି ଜନ ଜୀବନକୁ ଅତିଷ୍ଟ କରିଦେଇଥିବା ବେଳେ ସେଥିରୁ ବାଦ ପଡିନାହାଁନ୍ତି ମାଲକନଗିରି ଜିଲ୍ଲାର ଦୁର୍ଗମ ପାହଡରେ ରହୁଥିବା ଆଦିବାସୀ ମାନେ, ଲକ ଡାଉନ ପାଇଁ ସେମାନଙ୍କ କାମ ବନ୍ଦ ହୋଇ ଯାଇଥିବାରୁ ଖାଦ୍ୟସଂଗ୍ରହ କରିପାରୁନଥିବା ବେଳେ ସେମାନଙ୍କ ନିକଟରେ ଦେବଦୂତ ପରି ପହଁଚି ଯାଇଛନ୍ତି କିଛି ସ୍ୱେଚ୍ଛାସେବୀ । ମାଲକାନଗିରି ର ଦୁଇଜଣ ସାମଜିକ କର୍ମୀ ରାଜେଶକୁମାର ପଟନାୟକ ଓ ରୋହିଣୀ ତୁରୁକ ଦୀର୍ଘ୪କିଲୋମିଟ ଦୁର୍ଗମ ପାହଡ ଘାଟିରାସ୍ତା ଚାଲି ଚାଲି ଯାଇ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପଚାଂୟତ ଟିକରପଡା ଗ୍ରାମରେ ପହଁଚି ଥିଲେ ,ଲକ ଡାଉନପାଇଁ ସେଠାକାର ଗ୍ରାମବାସୀ ବହୁତ କଷ୍ଠରେ ଥିବା ଦେଖି ସେମାନଙ୍କୁ ସୁଖିଲା ଖାଦ୍ୟ,ରାସନ ସାମଗ୍ରୀ ବାଟିଂବା ସହିତ କରୋନା ଓ ଲକ ଡାଉନ ନିୟମ ସେପର୍କରେ ଜନସଚେତନତା ର ବାର୍ତା ଦେଇଛନ୍ତି ।