Odiapua.com

ଲକ ଡାଉନ ସମୟରେ ଚିତ୍ରଶିଳ୍ପୀଙ୍କୁ କାମ ଯୋଗାଇ ଦେଲେ ଏନଏସି ଅଧ୍ୟକ୍ଷ

ବାଲିଗୁଡା, ୨୮/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ପରିସ୍ଥିତି ଉପୁଜିଛି। ଯାହା ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ରେ ହାତ ବାନ୍ଧି ବସିଥିବା ୪୦ରୁ ଉର୍ଦ୍ଧ ଚିତ୍ରଶିଳ୍ପୀ କଳାକାର ଙ୍କୁ ସହାୟତା ର ହାତ ବଢ଼ାଇଛି ବିଜ୍ଞାପିତ ଅଞ୍ଚଳ ପରିଷଦ। ଏନଏସିର ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ଆପ୍ରାଣ ଚେଷ୍ଟା ଫଳରେ ଅଞ୍ଚଳର ସମସ୍ତ ଚିତ୍ରଶିଳ୍ପୀ କଳାକାର ଙ୍କୁ ଏକାଠି କରି ସହର କୁ ସରସ ସୁନ୍ଦର କରିବା ସହ କରୋନା ସଚେତନତା ପାଇଁ ଟେରାକୋଟା ଓ ବିଭିନ୍ନ ସଚେତନତା ବାର୍ତ୍ତା ପାଇଁ ବିଭିନ୍ନ କାନ୍ଥରେ ବିଭିନ୍ନ ଚିତ୍ର ବର୍ତ୍ତମାନ ମେଡିକାଲ ଛକ ରେ ଆରମ୍ଭ କରାଯାଇଛି। ଏଠାରେ କଳାକାର ତାର କଳାକୁ ବିଭିନ୍ନ ରଙ୍ଗ ଢଙ୍ଗରେ ଦେଖାଇବା ସହ ବେଶ ଦୁଇ ପଇସା ପାଇ ନିଜ ପରିବାର ପାଇଁ ଖୁସି ଆଣିଥିବା ବେଳେ ସହର ବାସୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଏନଏସି ତରଫରୁ ଆଗାମୀ ଦିନରେ କଳାକାର ଙ୍କ ପାଇଁ ବହୁତ କାମ ଯୋଗାଇ ଦିଆଯିବ, ଫଳରେ ସେମାନେ ଆଉ ଦୁଃଖକଷ୍ଟ ରେ ରହିବେ ନାହିଁ। ବର୍ତ୍ତମାନ ମେଡିକାଲ ଛକ ରୁ ଆରମ୍ଭ ହୋଇଛି। ଆଗାମୀ ଦିନରେ ଟାଉନର ୫୯ନଂ. ଜାତୀୟ ରାଜପଥର ଉଭୟ ପାର୍ଶ୍ୱ ରେ ମଧ୍ୟ ଏଭଳି ସହର କୁ ସରସ ସୁନ୍ଦର ପାଇଁ ପ୍ରୟାସ ଜାରୀ ରହିବ ବୋଲି ଏନଏସି ଅଧ୍ୟକ୍ଷ ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।