Odiapua.com

ଲକ ଡାଉନ ପାଇଁ ୮ଜଣ ବାଙ୍ଗଲାଦେଶୀ ପର୍ଯ୍ୟଟକ ମାଲକାନଗିରି ରେ ଅଟକି ରହିଛନ୍ତି,ନିଜ ଦେଶକୁ ଫେରିଯିବା ପାଇଁ ସରକାରଙ୍କ ସାହାଯ୍ୟ ଲୋଡିଲେ

ମାଲକାନଗିରି,୨୭ା୩ (ଓଡିଆ ପୁଅ )ସମଗ୍ର ବିଶ୍ୱ ଭୟାବହ କରୋନା କବଳରେ ପଡି ଅଣନିଶ୍ୱାସି ହୋଇପଡୁଥିବା ବେଳେ ଏହାର ସଂକ୍ରମଣ ରୁ ରକ୍ଷାପାଇବା ପାଇଁ ଭାରତ ସରକାର ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି । ମାଲକାନଗିରି ଜିଲ୍ଲାକୁ ବୁଲିବାକୁ ଆସିଥିବା ୮ଜଣ ବାଙ୍ଗଲା ଦେଶୀ ପର୍ଯ୍ୟଟକ ଏହି ଲକ ଡାଉନ ଘୋଷଣା ହେବାପରେ ସେମାନଙ୍କ ଦେଶକୁ ଯାଇ ନପାରି ମାଲକାନଗିରି ଜିଲ୍ଲାରେ ଅଟକି ରହିଛନ୍ତି । ଗତ ଜାନୁଆରୀ ମାସ ୮ତାରିଖରେ ବାଙ୍ଗଲାଦେଶର ଖୁଲନା ଜିଲ୍ଲାରୁ ୫ଜଣ ପୁରୁଷ ଓ ୩ଜଣ ମହିଳା ମୋଟ ୮ଜଣ ପର୍ଯ୍ୟଟକ ଭାରତ ଭ୍ରମଣରେ ଆସିଥିଲେ । ମାର୍ଚମାସ ୯ତାରିଖ ରେ ମାଲକାନଗିରି ଜିଲ୍ଲା ପୋଟେରୁ ଆଶ୍ରମ ଠାରେ ଅନୁଷ୍ଟିତ ଦୋଳପୂର୍ଣ୍ଣୀମା ଉତ୍ସବ ଦେଖିବା ପାଇଁ ଏହି ବାଙ୍ଗଲାଦେଶୀ ପର୍ଯ୍ୟଟକ ମାନେ ଆସିଥିଲେ ଓ ଉତ୍ସବରେ ଯୋଗଦେଇଥିଲେ । ସେମାନେ ନିଜ ଦେଶକୁ ଫେରିବା ପୁବ ର୍ରୁ ସମଗ୍ର ଭାରତରେ ଲକ ଡାଉନ ପରିସ୍ଥିତି ହୋଇଗଲା, ଫଳରେ ସେମାନେ ମାଲକାନଗିରି ଜିଲ୍ଲାରୁ ଆଗକୁ ଯାଇପାରୁନାହାଁନ୍ତି । ଆସନ୍ତା ଏପ୍ରୀଲ ମାସ ୮ତାରିଖରେ ସେମାନଙ୍କର ଭିଜାର ଶେଷ ତାରିଖ ରହିଥିବା ବେଳେ ଲକ ଡାଉନ ୧୪ତାରିଖ ପର୍ଯ୍ୟନ୍ତ ବଳବତର ରହୁଥିବାରୁ ଚିନ୍ତାରେ ପଡି ଯାଇଛନ୍ତି ଏହି ବାଙ୍ଗଲାଦେଶୀ ପର୍ଯ୍ୟଟକ ମାନେ । ଏ ସଂପର୍କରେ ମାଲକାନଗିରି ଜିଲ୍ଲାପାଳ ଓ ଏସପି ଙ୍କୁ ଜଣାଇବା ପରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ କାଲିମେଳା ଥାନା ଅଧିକାରୀ ପୋଟେରୁ ଆଶ୍ରମକୁ ଯାଇ ବାଙ୍ଗଲାଦେଶୀ ପର୍ଯ୍ୟଟକ ମାନଙ୍କ ଭିଜା ଓ ଅନ୍ୟାନ ପ୍ରମାଣ ପତ୍ର ଯାଚଂ କରିଛନ୍ତି । ନିୟମ ଅନୁସାରେ ସମସ୍ତ ପ୍ରମାଣ ପତ୍ର ଠିକ ଥାଇ ସୋନେ ଭାରତ ଭ୍ରମଣରେ ଆସିଥିବା ବେଳେ ଏବେ ନିଜ ଦେଶକୁ କିପରି ଫେରିବେ ସେ ନେଇ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ଏହି ପର୍ଯ୍ୟଟକ ମାନେ ।